ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ

ଦିଲ୍ଲୀ: ଦିଲ୍ଲୀ ସ୍ପେଶାଲ ସେଲ ପୋଲିସକୁ ଆଜି ମିଳିଛି ବଡ ସଫଳତା । ଦିଲ୍ଲୀ ଶକରପୁର ଅଞ୍ଚଳରୁ ୫ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ସେଲ୍ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମହାନଗରରୀ ଶକରପୁର ଅଂଚଳରୁ ଏନକାଉଂଟର ପରେ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର ୨ ଜଣ ଓ କାଶ୍ମୀରର ୩ ଜଣ ଅଛନ୍ତି । ଗିରଫ ଆତଙ୍କୀ ମାନଙ୍କର ଖଲିସ୍ତାନ ସଙ୍ଗଠନ ସହ ସଂପର୍କ ଥିବା ସୂଚନା ମିଳିଛି । ଖୁଫିଆ ସୂଚନା ପରେ ଏମାନଙ୍କୁ ଧରିବା ନେଇ ଅନେକ ଦିନରୁ ଅପରେସନ ଚାଲିଥିଲା । ଗିରଫ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।