ବଜାରରେ ଷଣ୍ଢ ଆତଙ୍କ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ସାଲେପୁର ବଜାର ରେ ଷଣ୍ଢ ଆତଙ୍କ।ଷଣ୍ଢ ପାଗଳ ହୋଇଯାଇଛି କି ଆଉ କିଛି କାରଣ ଜଣାପଡି ନଥିଲେ ମଧ୍ୟ ଷଣ୍ଢ ର ଆକ୍ରମଣରେ ୭ ଜଣ ଆହତ ଏବଂ ୨ ଜଣ ଗୁରୁତର ହୋଇଛନ୍ତି।ଆହତ ହୋଇଥିବା ଲୋକ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।ଗତ କାଲି ସନ୍ଧ୍ୟା ରୁ ଷଣ୍ଡ ସାଲେପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।
କୌଣସି କାରଣ ବସତ ଷଣ୍ଢ ଟିର ଏଭଳି ଆଚରଣ ହୋଇଯିବାରୁ ଗତ କଲି ସନ୍ଧ୍ୟା ରୁ ବଜାରରେ ଗୋଡାଇ ଗୋଡାଇ ଲୋକମାନଙ୍କୁ ଆକ୍ରମଣ କରିଥିଲା।ଷଣ୍ଢ ଟି ଭାଗ୍ୟ ବସତ ସାଲେପୁର ତହସିଲ ପରିସରରେ ପସିଯିବା ରୁ ତହସିଲ ମୁଖ୍ୟ ଗେଟକୁ ଲୋକମାନେ ତାଲା ପକାଇଥିଲେ, ଫଳରେ ଷଣ୍ଡଟି ତହସିଲ ପରିସରରେ କାବୁ ହୋଇ ରହିଥିଲା। ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନ ବିଭାଗ ନ ଆସିବାରୁ ଷଣ୍ଡ ଟିକୁ ଭୁବନେଶ୍ୱର ବିଏମସି କର୍ମଚାରୀ ଆସି ଉଦ୍ଧାର କରି ନେଇ ଯାଇଛନ୍ତି।