September 21, 2023

Times One Odia

Odia News Portal

ଅଷ୍ଟ୍ରେଲିଆ ବିପକ୍ଷ ବାକି ସିରିଜରୁ ସାମି ବାଦ୍, ନଟରାଜନଙ୍କୁ ଡାକରା

ଆଡିଲେଡ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭିତରେ ଆସିଛି ଆଉ ଏକ ଚିନ୍ତାଜନକ ଖବର । ଆହତ ହୋଇଛନ୍ତି ଭାରତୀୟ ପେସ୍ ବୋଲର ମହମ୍ମଦ ସାମି । ତାଙ୍କର ହାତ ହାଡ ଫାଟି ଯାଇଥିବା ସ୍କାନିଂରୁ ଜଣାପଡିଛି । ପ୍ୟାଟକମିନ୍ସ ଏକ ବାଉନ୍ସର ସାମି ବ୍ୟାଟିଂକରିବା ସମୟରେ ତାଙ୍କ ହାତରେ ବାଜିଥିଲା । ଦ୍ରୁତ ଗତିରେ ବାଉନ୍ସର ମାଡରେ ଫାଟିଛି ସାମିଙ୍କ ହାଡ । ଡାକ୍ତରଙ୍କ ପରାମର୍ଶ ପରେ ଏବେ ତାଙ୍କୁ ବଳକା ସିରିଜରୁ ବାଦ ଦିଆଯାଇଛି । ସାମିଙ୍କ ସ୍ଥାନ ନେବାକୁ ଯୁବ ପେସ୍ ବୋଲର ଟି ନଟରାଜନଙ୍କୁ ଡାକରା ମିଳିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *