September 21, 2023

Times One Odia

Odia News Portal

ଧରମ ମାମୁଁର ଧର୍ମଛଡା କାମ, ଶେଷରେ ବାନ୍ଧିଲା ପୋଲିସ୍

1 min read

କାମାକ୍ଷାନଗର: କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ୫ବର୍ଷର ଶିଶୁକୁ ଦୂଷ୍କର୍ମ ପରେ ହତ୍ୟା ଘଟଣାର ପର୍ଦାଫାସ କଲା ପୋଲିସ।ମୁଖ୍ୟ ଅଭିଯୁକ୍ତ ଯାଜପୂର ଜିଲ୍ଲା କାଳିଆପାଣିର ଗ୍ରାମର ଶଙ୍କର୍ଷଣ ଦେହୁରିକୁ ଗିରଫ କଲା କଙ୍କଡାହାଡ ପୋଲିସ।ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଲେ କାମାକ୍ଷାନଗର SDPO।

ସୂଚନା ଅନୁସାର ଗତ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମାରାମ୍ବୁରୁ ନାଳରେ ପଡି ଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ,କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଥିଲେ ।

ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।ପରବର୍ତ୍ତି ସମୟରେ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୋଲିସ।ହେଲେ ସମାନଙ୍କ ଠାରୁ କୈାଣସି ସୂଚନା ପାଇପାରିନଥିଲା।ଶେଷରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣି ର ଶଙ୍କର୍ଷଣ ଦେହୁରୀ ଙ୍କୁ କଙ୍କଡାହାଡ଼ ପୋଲିସ ଗିରଫ କରଛି।

Leave a Reply

Your email address will not be published. Required fields are marked *