September 26, 2023

Times One Odia

Odia News Portal

ମୁମ୍ବାଇ ପୋଲିସ କବ୍ଜାରେ ଅର୍ଣ୍ଣବ ଗୋସ୍ବାମୀ

1 min read

ମୁମ୍ବାଇ: ଇଣ୍ଟରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି। ପୋଲିସ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଗିରଫ କରିଥିବାବେଳେ ତାଙ୍କୁ ମାଡ ମାରିଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି। ରିପବ୍ଲିକ୍ ଟିଭି ଅର୍ନବଙ୍କ ଘରର ଲାଇଭ ଫୁଟେଜ୍ ଦେଖାଇଛି। ଏଥିରେ ପୋଲିସ ଓ ଅର୍ଣ୍ଣବଙ୍କ ଭିତରେ ହାତିହାତି ହୋଇଥିବା ଦେଖାଯାଉଛି।

ମିଡିଆ ରିପୋର୍ଟ ଅନୁସାରେ, ଅର୍ଣ୍ଣବ ଗୋସ୍ବାମୀ ଓ ଅନ୍ୟ ଦୁଇ ଲୋକ ଜଣେ ଇଣ୍ଟେରିୟର ଡିଜାଇନରଙ୍କ ବକେୟା ଟଙ୍କା ଦେଇନଥିଲେ। ଇଣ୍ଟେରିୟର ଡିଜାଇନର ଅନବୟ ନାଏକଙ୍କ ଝିଅ ଆଜ୍ଞା ଦାବି କରିଛନ୍ତି ଯେ ରାୟଗଡ ଜିଲ୍ଲାର ଆଲିବାଗ ପୋଲିସ ବକେୟା ଟଙ୍କା ଦିଆଯାଇ ନଥିବା ମାମଲା ଯାଞ୍ଚ କରିନଥିଲା। ତେଣୁ ଅନବୟ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବାକୁ ପଡିଥିଲା। ତେବେ ଅଭିଯୁକ୍ତ ତାଙ୍କର ୫.୪୦ କୋଟି ଟଙ୍କା ଦେଇ ନଥିବାରୁ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପଡିଛି ବୋଲି ସୁସାଇଡ୍ ନୋଟ୍‌ରେ ଉଲ୍ଲେଖ କରାଯାଇଥିଲା।

ଅପରପକ୍ଷରେ ରିପବ୍ଲିକ୍ ଟିଭି ଅଭିଯୋଗକୁ ଖଣ୍ଡନ କରିଛି। ଏଥିସହ ଅର୍ଣ୍ଣବ ମୁମ୍ବାଇ ପୋଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି-ପୋଳିସ ତାଙ୍କ ଶାଶୂ-ଶ୍ବଶୁର, ଝିଅ ଏବଂ ସ୍ତ୍ରୀଙ୍କ ସହ ମାରପିଟ୍ କରିଛି। ସେ ମୁମ୍ବାଇ ପୋଲିସ ଉପରେ ଗୁଣ୍ଡାଗର୍ଦ୍ଦି କରିଥିବାର ଅଭିଯୋଗ ଆଣିଛନ୍ତି। ଏଥିସହ ପରିବାର ଲୋକଙ୍କ ସହ ତାଙ୍କର କଥା କରାଇ ଦେଇନଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *