ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ
1 min read
ବାଲିଗୁଡା(ପ୍ରମୋଦ ଦଣ୍ଡସେନ): ଶୀର୍ତ୍ତିଗୁଡା ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ l ଅଙ୍ଗନବାଡି କର୍ମୀ ନ ବଦଳିବା ଯାଏଁ ପିଲାଙ୍କୁ ଛାଡ଼ିବେନି କି ଖାଦ୍ୟ ନେବେନି ଗ୍ରାମବାସୀ l ବାଲିଗୁଡା – କନ୍ଧମାଳ ଜ଼ିଲ୍ଲା କନୂଆଗାଁ ବ୍ଲକ ଶୀର୍ତ୍ତିଗୁଡା ପଞ୍ଚାୟତର ଶୀର୍ତ୍ତିଗୁଡା ଅଙ୍ଗନବାଡି କେନ୍ଦ୍ର ସି ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିଛନ୍ତି ଶୀର୍ତ୍ତିଗୁଡାର ମହିଳା ସଂଘଠନ l ଅଙ୍ଗନବାଡି କର୍ମୀ କାମିନୀ କହଁର ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଜାଲ ଦସ୍ତଖତକରି ହିତାଧିକାରୀଙ୍କୁ ନଦେଇ ହଡପକରୁଥିବା ନେଇ କ ନୂଆଗାଁ ବିଡିଓ ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି l ସୁପରଭାଇଜରଙ୍କ ତଦନ୍ତ ରିପୋର୍ଟ ପରେ ବ୍ଲକ ପ୍ରଶାସନ କି କାର୍ଯାନୁଷ୍ଠାନ ନେଉଛି ସମସ୍ତଙ୍କ ଅପେକ୍ଷା ରହିଛିl ଏପଟେ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ପାଇଁ ଦାବୀ କରିଛନ୍ତି ମହିଳା ସଂଘ l ସରକାରୀ ସମ୍ପତ୍ତି ଲୁଟ ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ କାର୍ଯାନୁଷ୍ଠାନ ଶିଥିଳତା ନେଇ ପ୍ରଶ୍ନ ଉଠୁଛି l ଅଙ୍ଗନବାଡି କର୍ମୀ ନ ବଦଳିବା ଯାଏଁ କେନ୍ଦ୍ରକୁ ପିଲାଙ୍କୁ ଛାଡ଼ିବେନି କିମ୍ବା ମହିଳା ଓ ଶିଶୁଙ୍କ ଖାଦ୍ୟକୁ ଗ୍ରହଣ କରିବେନାହିଁ ବୋଲି i ରୋକଠୋକ ମନା କରିଛନ୍ତି ମହିଳା ସଂଘ ସମେତ ଗ୍ରାମବାସୀ l