ଭାରତ ବନ୍ଦର ପ୍ରଭାବ
1 min read
ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): 10 ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ର କେନ୍ଦ୍ରର ସାଧାରଣ ସମ୍ପାଦକ ଅମର ଜିତ କାଉର ଙ୍କ ଆହ୍ୱାନ କ୍ରମେ ସାରା ଭାରତ ବର୍ଷରେ ଧର୍ମଘଟ କରାଯାଇଛି l ମୋଦି ସରକାର ଙ୍କ ଶ୍ରମିକ କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ମାହାଙ୍ଗା ବ୍ଲକ ସମ୍ମୁଖରେ 7 ଦଫା ଦାବି ନେଇ AITUC ,CITU, INTUC , AICCTU,HMS ପକ୍ଷରୁ ୧୧ ଦାବି ନେଇ ଆନ୍ଦୋଳନ କରାଯାଇଥିଲା l
ଏହି ଆନ୍ଦୋଳନ ରେ କଟକ ଜିଲ୍ଲା ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ରେ ଏହି ସବୁ ସଂଘ ପକ୍ଷରୁ ରାଲି ଓ ପିକେଟିଙ୍ଗ୍ କରାଯାଇ ରାସ୍ତା ଅବରୋଧ କରାଯାଇଥିଲା।ପରେ ପୋଲିସ ଆନ୍ଦୋଳନକାରୀ ଙ୍କୁ ଗିରଫ କରିଥିଲା।