ଅଙ୍ଗଦାନ କରିବେ ବିଗବି

ମୁମ୍ବାଇ: ବଲିଉଡର ବିଗବି ଅମିତାଭ୍ ବଚ୍ଚନ କରିବେ ଅଙ୍ଗ ଦାନ। ଅଙ୍ଗ ଦାନ କରିବା ନେଇ ସେ ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ୍ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି। ସେହିପରି ଅମିତାଭ ବଚ୍ଚନ ଏକ ଟ୍ୱିଟ ମଧ୍ୟ କରିଛନ୍ତି। ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା ରହିଛି। ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, ମୁଁ ଅର୍ଗାନ୍ ଡୋନର୍ ହେବାକୁ ଶପଥ ନେଇଛି। ଏହି ସବୁଜ ଫିତା ମୁଁ ଏହାର ପବିତ୍ରତା ପାଇଁ ପିନ୍ଧିଥିବା ସେ କହିଛନ୍ତି।