ଓକିଲମାନେ କାହିଁକି ପିନ୍ଧିଥାନ୍ତି କେବଳ କଳା ରଙ୍ଗର କୋଟ୍ ଓ ଗାଉନ୍ ?
1 min read
ଓକିଲମାନଙ୍କର ଏହି କଳା ରଙ୍ଗର ଡ୍ରେସ୍ କୋଡ୍ ବହୁବର୍ଷ ପୁରୁଣା। ଓକିଲାତିର ଆରମ୍ଭ ୧୩୨୭ ମସିହାରେ ହୋଇଥିଲା ଏବଂ ୧୬୩୭ ମସିହାରେ ପ୍ରସ୍ତାବ ଆସିଥିଲା କି ଓକିଲମାନଙ୍କୁ ଜନତାଙ୍କ ଅନୁସାରେ ଡ୍ରେସ୍ ପିନ୍ଧିବା ଦରକାର। ୧୬୮୫ ମସିହା ଫେବୃୟାରୀ ମାସରେ ବ୍ରିଟିଶ୍ ରାଜା ଦ୍ଵିତୀୟ ଚାର୍ଲସଙ୍କ ଦେହାନ୍ତ ପରେ ସମସ୍ତ ବିଚାରପତି ଏବଂ ଓକିଲମାନଙ୍କୁ କଳା ରଙ୍ଗର ଗାଉନ୍ ପିନ୍ଧି ଶୋକସଭାକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଓକିଲମାନେ ମଧ୍ଯ ସେଦିନ ଏହି ଆଦେଶକୁ ଅନୁପାଳନ କରିଥିଲେ। ମାତ୍ର ପରବର୍ତ୍ତୀ ଶାସକ କିନ୍ତୁ ଏହି ଆଦେଶକୁ ଆଉ ଫେରାଇ ନଥିଲେ। ଫଳରେ ସେବେଠାରୁ ହିଁ ଏହି ପ୍ରଥା ଚାଲିଆସୁଛି। ପରେ ଏହାକୁ ଆଇନର ରୂପ ଦିଆଗଲା। ବ୍ରିଟିଶ ଅଧିନିୟମ ୧୯୬୧ ଅନୁସାରେ, ଅଦାଲତକୁ ଧଳା ଟାଇ ସହ କଳା ରଙ୍ଗର କୋଟ୍ ପିନ୍ଧି ଆସିବାକୁ ବାଧ୍ୟତାମୂଳକ କରାଗଲା। ଏହାଛଡା କୋର୍ଟରେ କଳାରଙ୍ଗର ଗାଉନ୍ ପିନ୍ଧିବା ଦ୍ୱାରା ଅନୁଶାସନ ଆସିଥାଏ ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଦୃଢ ହୋଇଥାଏ ବୋଲି ବିଶ୍ଵାସ ରହିଛି। କଳା ରଙ୍ଗକୁ ଶକ୍ତି, ଅଧିକାର ଏବଂ ଆତ୍ମବିଶ୍ୱାସର ପ୍ରତୀକ ବୋଲି କୁହାଯାଏ। ଅନ୍ୟ ଏକ କାରଣ ହେଉଛି-କଳା ରଙ୍ଗ ହେଉଛି ଦୃଷ୍ଟିହୀନତାର ପ୍ରତୀକ, ତେଣୁ ଏହାକୁ ପିନ୍ଧି କୌଣସି ଓକିଲ ପକ୍ଷପାତିତା କରିନଥାନ୍ତି ବୋଲି କୁହଯାଏ।