ଓକିଲ ସଂଘର ନବନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ଗ୍ରହଣ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି ): ନବରଙ୍ଗପୁର ଓକିଲ ସଂଘର ନବ ନିର୍ବାଚିତ ପ୍ରାର୍ଥୀ ମାନେ ଶପଥ ଗ୍ରହଣ କରିଛନ୍ତି । ସୋମବାର ଦିନ ବାର ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ନିର୍ବାଚନ ଅଧିକାରୀ ସମରେଶ ଗନ୍ତାୟତ ସଂଘର ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ସୂଚନା ଯୋଗ୍ୟ ଯେ , ଚଳିତ ନିର୍ବାଚନରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର ସଭାପତି ଝାଡେଶ୍ଵର ଖାଡାଙ୍ଗା ସଭାପତି ରୂପେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ସେହିଭଳି ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ମାନସ ତ୍ରିପାଠୀ ,ଉପ ସଭାପତି ରୂପେ ଆଇନଜୀବୀ ସୁବାଶ ଚନ୍ଦ୍ର ପାଳ , ଯୁଗ୍ମ ସମ୍ପାଦକ ରୂପେ ମିନାକ୍ଷୀ ପାଢୀ ଓ କୋଷାଧ୍ୟକ୍ଷ ରୂପେ ବିଦୁ ଶେଖର ତ୍ରିପାଠୀ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାରୀ ସଦସ୍ୟ ରୂପେ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର , ଉମା ଶଙ୍କର ତ୍ରିପାଠୀ , ବିରେନ୍ଦ୍ର ମୋହନ ନାୟକ ଓ ସରୋଜ କୁମାର ବେହେରା ମନୋନୀତ ହୋଇଥିଲେ । ଶପଥ ଗ୍ରହଣ ପରେ ବାର ସଭାପତି ଝାଡେଶ୍ଵର ଖାଡାଙ୍ଗା ସମସ୍ତ ବାର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁନର୍ବାର ଦାଇତ୍ଵ ପ୍ରଦାନ କରିଥିବାରୁ ସମସ୍ତ ବାର ସଦସ୍ୟଙ୍କୁ ଧନ୍ୟବାଦ ପ୍ରକୋଟ କରିବା ସହ ସେ ସମସ୍ତଙ୍କୁ ନେଇ ବାର କାର୍ଯ୍ୟ କୁ ଆଗକୁ ବଢେଇବେ ବୋଲି କହିଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସମରେଶ ଗନ୍ତାୟତ ପରିଚାଳନା କରିଥିବାବେଳେ ଉପ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଇମ୍ରାନ ସରିଫ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇନଜୀବୀ ଅନୁପମା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ ।