September 21, 2023

Times One Odia

Odia News Portal

ଓକିଲ ସଂଘ ନିର୍ବାଚନ: ଝାଡେଶ୍ଵର ଖାଡାଙ୍ଗା ସଭାପତି ରୂପେ ନିର୍ଦ୍ଵନ୍ଦରେ ନିର୍ବାଚିତ

1 min read

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଓକିଲ ସଂଘର ୨୦୨୦-୨୧ ମସିହାର ବଳକା ଅବଧି ପାଇଁ ନିର୍ବାଚନ ପ୍ରକ୍ରିୟାରେ ଆଜି ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ଚୁଡାନ୍ତ ତାଲିକା ଅନୁଯାଇ ସମସ୍ତ ୫ ଟି ପଦବୀ ନିମନ୍ତେ କେବଳ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିବାରୁ ଚଳିତ ନିର୍ବାଚନରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର ସଭାପତି ଝାଡେଶ୍ଵର ଖାଡାଙ୍ଗା ସଭାପତି ରୂପେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ମାନସ ତ୍ରିପାଠୀ ,ଉପ ସଭାପତି ରୂପେ ଆଇନଜୀବୀ ସୁବାଶ ଚନ୍ଦ୍ର ପାଳ , ଯୁଗ୍ମ ସମ୍ପାଦକ ରୂପେ ମିନାକ୍ଷୀ ପାଢୀ ଓ କୋଷାଧ୍ୟକ୍ଷ ରୂପେ ବିଦୁ ଶେଖର ତ୍ରିପାଠୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଡିସେମ୍ବର ୧୪ ଦିନ ନବ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ପାଠ କରାଯିବ ବୋଲି ନିର୍ବାଚନ ଅଧିକାରୀ ସମରେଶ ଗନ୍ତାୟତ ସୂଚନା ଦେଇଛନ୍ତି । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସମରେଶ ଗନ୍ତାୟତ , ଉପ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଇମ୍ରାନ ସରିଫ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *