ହଷ୍ଟେଲରେ ମିଳିଲାନି ଆଡ଼ମିଶନ: ନିରାଶ ହୋଇ ଘରକୁ ଫେରିଲେ ଛାତ୍ରୀ

ଫୁଲବାଣୀ(ସୁନୀଲ ପଟନାୟକ/ପ୍ରମୋଦ ଦଣ୍ଡସେନା): ହଷ୍ଟେଲରେ ଆଡମିଶନ କରିବାକୁ ପ୍ରଧାନ ଶିକ୍ଷକ ମନାକଲେ । ଫଳରେ ହଷ୍ଟେଲରେ ରହି ପାଠ ପଢିବା ଲାଗି ଆଗ୍ରହରେ ଆସିଥିବା ୧୫ଜଣ ଆଦିବାସୀ ଛାତ୍ରୀ ଓ ଅଭିଦ୍ଭାବକ ନିରାଶ ହୋଇ ଘରକୁ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ବାଲିଗୁଡ଼ା ବ୍ଲ୍କ କ ର ଋତୁଙ୍ଗିଆ ପଞ୍ଚାୟତରେ ।
ସରକାର ଗରୀବ ଆଦିବାସୀ ଛାତ୍ରୀମାନଙ୍କୁ ହଷ୍ଟେଲରେ ରହି ପାଠ ପଢିବା ପାଇଁ ଶ6ହଶର୍ଯ୍ୟା ବିଶିଷ୍ଟଅନେକ ହଷ୍ଟେଲ ନିର୍ମାଣ କରିଛନ୍ତି ଜିଲ।ରେ । ଆଉ ସେମାନଙ୍କ ମାଗଣାରେ ରହିବା, ଖାଇବା ସହ ପାଠ ପଢିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ହେଉଛନ୍ତି। ହେଲେ ହଷ୍ଟେଲରେ ରହି ପାଠ ପଢିବା ପାଇଁ ଆସିଥିବା ୧୫ଜଣ ଆଦିବାସୀ ଛାତ୍ରୀ ଙ୍କୁ ଋତୁଙ୍ଗିଆ ସ୍ଥିତ ଗିରିଜନ ହାଇସ୍କୁଲର ପ୍ରଧାନଶିକ୍ଷକ ମନାକରି ଫେରାଇ ଦେଇ ଥିବା ଅଭିଯୋଗ ହେଉଛି । ଫଳରେ ଦୁଃଖରେ ଭାଙ୍ଗିପଡିଛନ୍ତି ଛାତ୍ରୀ ଓ ଅଭିଭାବକ ।
ହଷ୍ଟେଲ ନ ମିଳିଲେ ସେମାନେ ଆଉ ପାଠ ପଢିବେନି ବୋଲି କହିଛନ୍ତି ଛାତ୍ରୀମାନେ। ସେହିପରି ଅଭିଭାବକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ରୂତୁଙ୍ଗିଆ ହାଇସ୍କୁଲର ପ୍ରଧାନଶିକ୍ଷକ, ମନଇଛା ଅର୍ଥ କାରବାର କରି ଅନ୍ୟ ବ୍ଳକର ଛାତ୍ରୀମାନକୁ ଏଠାରେ ଆଡମିଶନ କରିଥିବାବେଳେ ସେହି ବ୍ଳକର ଛାତ୍ରୀମାନଙ୍କୁ ଆଡ଼ମିଶନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଭାବକମାନେ କହିଛନ୍ତି।
ଏ ନେଇ କନ୍ଧମାଳ ଜିଲ୍ଲା ଗ୍ରାମ ମଙ୍ଗଳ ଅଧିକାରୀଙ୍କୁ ପଚାରିବାରେ ସେ କୌଣସି ଆଦିବାସୀ ଛାତ୍ରୀ ଉଚ୍ଚଶିକ୍ଷାରୁ ଯେପରି ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ରଖାଯାଇଛି। ସମସ୍ତ ୧୫ ଜଣ ଛାତ୍ରୀ ଙ୍କୁ ଅନ୍ୟହାଇସ୍କୁଲରେ ଅତି ଶିଘ୍ର ଆଡ଼ମିଶନ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି. । ଆଉ ସଂପୃକ୍ତ ଋତୁଙ୍ଗିଆ ହାଇ ସ୍କୁଲ ପ୍ରଧାନଶିକ୍ଷକ କାହିଁକି ଛାତ୍ରୀମାନଙ୍କୁ ଆଡମିଶନ ନକରି ଫେରାଇଦେଲେ ତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ବିଭାଗୀୟ ଅଧିକାରୀ ସଂପୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କି କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବା କଥା।