September 26, 2023

Times One Odia

Odia News Portal

ପଞ୍ଚାୟତରାଜ ବିଲକୁ ନେଇ ବିଧାନସଭାରେ ଗର୍ଜିଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ

1 min read

ଭୁବନେଶ୍ୱର: ନାମକୁ ମାତ୍ର ବିଭାଗ। ହେଲେ କାମ ଶୁନ । କାହା ସ୍ୱାର୍ଥ ପାଇଁ ହୋଇଥିଲା ବିଭାଗ ଗଠନ । କିଏ ପାଉଛି ସୁବିଧା । ସରକାର ପିଟୁଛନ୍ତି ଡିଣ୍ଡିମ, ହେଲେ ସଧାରଣ ଲୋକ ହତାଶ । ପଂଚାୟତରାଜ ବିଭାଗ ଅଧୀନରେ ନା ଲୋକଙ୍କୁ କାମ ମିଳୁଛି, ନା ଉପକୃତ ହୋଇ ପାରୁଛନ୍ତି ଜନତା । ସରକାରଙ୍କ କାହିଁକି ଏ ଉଦାସୀନତା ବୋଲି ବିଧାନସଭା ଗୃହରେ ଗର୍ଜିଲେ କଂଗ୍ରେସ ବିଧାୟକ ତଥା ଖଡ଼ିଆଳର ଟାଣୁଆ ନେତା ଅଧିରାଜ ମୋହନ ପାଣିଗ୍ରାହୀ l ପଂଚାୟତରାଜ ବିଭାଗର ବେପରୁଆ ମନୋଭାବକୁ ନେଇ ପ୍ରଶ୍ନ କରିଥିଲେ ଅଧିରାଜ । ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଥିବା ପଂଚାୟତରାଜ ବିଭାଗ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଯାଇଥିବା କହି ଗୃହରେ କ୍ଷୋଭ ପ୍ରକାଶ କରିଥିଲେ । ଗରୀବର ସାଥି ଭାବେ ପରିଚିତ ଅଧିରାଜ,ଜନସାଧାରଣ ଙ୍କ ହକ ପାଇଁ ସବୁ ବେଳେ ଲଢେଇ କରି ଆସିଛନ୍ତି l ଯେଉଁଥିପାଇଁ ନୂଆପଡା ଜିଲ୍ଲାର ର ଶଙ୍ଖ ଧ୍ୱନି ଭିତରୁ, ସେ ହାତ ଚିହ୍ନରେ ଜୟଯୁକ୍ତ ହୋଇଥିଲେ l

Leave a Reply

Your email address will not be published. Required fields are marked *