ଚର୍ଚ୍ଚାରେ ଗୋଷ୍ଠି ଶିକ୍ଷା ଅଧିକାରୀ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ରେ ନୂତନ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି ଶ୍ରୀ ସରୋଜ କୁମାର ବେହେରା । ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କର କର୍ମ ତତ୍ପରତା ପାଇଁ ଶିକ୍ଷା ବିତ୍ ଏବଂ ବୁଦ୍ଧିଜୀବି ମହଲରେ ବେଶ୍ ପ୍ରଶଂସିତ ହେଉଛନ୍ତି ଶିକ୍ଷାଧିକାରୀ ।
ଆଜି ପ୍ରଥମ ଥର ପାଇଁ ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ, ଭେ ଲା ଠାରେ ଅନୁଷ୍ଠିତ ହୋଇ ଥିବା କ୍ଳଷ୍ଟର ସ୍ତରୀୟ ଶିକ୍ଷକ ବୈଠକ ରେ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଚର୍ଚ୍ଚା ଆଲୋଚନା କରିଛନ୍ତି ।
ଉକ୍ତ ସଭାରେ ଶିକ୍ଷା ସଂଯୋଗ, ମୋ ସ୍କୁଲ୍ ଅଭିଯାନ, ପୁଷ୍ଟିକର ବଗିଚା, ବିଦ୍ୟାଳୟ ସଫେଇ ଆଦି ବିଷୟରେ ଆଲୋଚନା କରାଯାଇଛି ।
ଭେଲା କ୍ଳଷ୍ଟର ରେ ଥିବା ବିଭିନ୍ନ ବିଦ୍ୟାଳୟରେ କଣ ରହିଛି ସମସ୍ୟା, କେମିତି ହେବ ତାର ସମାଧାନ ଏବଂ କୋବିଡ୍ କଟକଣା ସମୟରେ କେମିତି ଚାଲିଛି ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଆଦି ପଚାରି ବୁଝିବା ସହିତ ଅଞ୍ଚଳରେ ଏକ ସୁସ୍ଥ ଶୈକ୍ଷିକ୍ ବାତାବରଣ ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ନୂତନ କାର୍ଯ ଖସଡ଼ା ପ୍ରସ୍ତୁତ କରିଛନ୍ତି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବେହେରା ।
ଉକ୍ତ ଆଲୋଚନା ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ପଣ୍ଡା, ବ୍ଲକ୍ ଶିକ୍ଷକ ସଂଘ୍ ର ସଭାପତି ରାଧାକାନ୍ତ ତାଣ୍ଡି, ବରିଷ୍ଠ ଶିକ୍ଷକ ସୁଶିଲ ପଣ୍ଡା, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ଏକ ଫଳପ୍ରଦ ଆଲୋଚନା କରାଯାଇଛି । ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବେହେରା ଙ୍କ କାର୍ଯ୍ୟ ଶୈଳୀ କୁ ନେଇ ଶିକ୍ଷକ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।