September 26, 2023

Times One Odia

Odia News Portal

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦଲତ୍ ୨୦୨୦

1 min read

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ଜିଲ୍ଲା ଆଇନ ପ୍ରାଧିକରଣ୍,ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସର ରେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦଲତ୍ ୨୦୨୦ ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ପଣ୍ଡା ମହୋଦୟ ତିନୋଟି(୩) ଏମ ଏ ସି ଟି କେଶ ଫଏସଲା କରି ଟ୭,୮୦,୦୦୦/ଟଙ୍କା କ୍ଷତି ପୂରଣ ରାଶି ଧାର୍ଜ୍ୟ କରିଛନ୍ତି।ପରିବାର ବିଚାର ବିଭାଗୀୟ ଜର୍ଜ ଶ୍ରୀଯୁକ୍ତ ଶୋଭମ କୁମାର ଦାସ୍ ୧ ଗୋଟି ପରିବାର ଗଣ୍ଡଗୋଳ ମାମଲାରେ ଆପୋସ୍ ମିଲମିଶା କରାଇଛନ୍ତି।ମୁକ୍ଷ୍ୟ୍ ବିଚାର ବିଭାଗୀୟ ଦଣ୍ଡ।ଧି କାରି ଶ୍ରୀଯୁକ୍ତ ସୁଦାମ ଚରଣ ଦାଶ ୩ ଟି Bailer Misc. ମକଦମାର ଫଏସଲା କରିଛନ୍ତି।ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡ।ଧିକ।ରି ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ୍ ଓଝା ୧୨୭ ଟି ଫଉଜଦାରି ମକଦମାର୍ ଫଇସଲା କରିଛନ୍ତି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବନଜା ମହାନ୍ତି ୫ ଟି ଫଉଜଦାରି ମକଦମାର୍ ଫୈସଲା କରିଛନ୍ତି।ଉମ୍ତ ଲୋକ ଅଦାଲତରେ ବ୍ୟାଙ୍କ ର୍ ୩ ଟି ପ୍ରାକ ମକଦମା ଫୈସଲା କରାଯାଇ ଟ୍ ୫,୦୫,୦୮୮/ ଋଣ ଆଦାୟ କରାଯାଇ ଥିଲା।ଉକ୍ତ ଲୋକ ଅଦାଲତ ରେ ସର୍ବ ମୋଟ ୨୦୧ ଗୋଟି କୋର୍ଟ କେଶ ର୍ଫୈସଲା କରାଯାଇଥିଲା।ଉକ୍ତ ଲୋକ ଅଦାଲତରେ ଅତିରିକ୍ତ୍ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ପ୍ରଣବ କୁମାର ଦାସ, ବରିଷ୍ଠ ଦେବାନି ଜର୍ଜ ଶ୍ରୀଯୁକ୍ତ ରାଜ କିଶୋର ଜେନା ଓ ଦ୍ୱିତୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ସୁମନ୍ତ ପଟ୍ଟନାୟକ ପ୍ରମୁଖା ଯୋଗ ଦେଇଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ୍ ର୍ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା ଉକ୍ତ ଲୋକ ଅଦାଲତ ପରିଚ।ଳନ। କରି ଥିବା ବେଳେ କୋର୍ଟ ର୍ ଆଇନ ଜୀବି ଙ୍କ ସହ ଅନ୍ୟ କର୍ମଚାରୀ ମାନେ ସହଯୋଗ କରି ଥିଲେ।

Leave a Reply

Your email address will not be published. Required fields are marked *