September 26, 2023

Times One Odia

Odia News Portal

ବାଇକକୁ ପିଟିଲା ଟ୍ରକ: ଦୁଇ ମୃତ ଅନ୍ୟ ଜଣେ ଗୁରୁତର

1 min read

ଫୁଲବାଣୀ(ସୁନୀଲ ପଟ୍ଟନାୟକ/ସୁବ୍ରତ ମହାନ୍ତି): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅର୍ନ୍ତଗତ ନମ୍ବର ବାଲିଘାଟିର ବୁଲାଣିରେ ଟ୍ରକ ସହ ବାଇକ ସହ ମୁହାମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଆହତ ଜଣକୁ ଚିକିତ୍ସାପାଇ ଫୁଲବାଣୀ ସବର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।

ମୃତକ ଦୁଇ ଜଣ ହେଲେ ସଂପର୍କୀୟ ଭାଇଭଉଣୀ। କମଳିନି କହିଁର ଓ ପ୍ରମୋଦ କହର। ଘର ଲୁଇସିଂ ପଞ୍ଚାୟତର ଲାଠି କୁମ୍ପା ବୋଲି ଜଣାପଡିଛି। ସେହିପରି ଆହତ ଜଣଙ୍କ ହେଲେ ସୋମନାଥ କହଁରI ୩ ଜଣ ଗୋଟିଏ ବାଇକରେ ଗୋଛାପଡ଼ାରୁ ଫୁଲବାଣୀ ଆସୁଥିବାବେଳେ ପିଡିଏସ ବୋଝେଇ ଚାଉଳ ଟ୍ରକଟି ଫୁଲବାଣୀରୁଗୋଛାପଡା ପଟକୁ ଯାଉଥିବାବେଳେ ନମ୍ବର ବାଲି ଘାଟି ର ବୁଲାଣି ରେ ଦୁର୍ଘଟଣା ଘଟି ଥିବା ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ନାୟକ କହିଛନ୍ତି। ଗୋଛାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଜଣକୁ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *