September 28, 2023

Times One Odia

Odia News Portal

ବାଇକ୍-ଟ୍ରକ ମୁହାଁମୁହିଁ, ଦୁଇମୃତ ଜଣେ ଗୁରୁତର

1 min read

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୟୂରଭଂଜ ଜିଲ୍ଲାର ୨୨୦ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ରାଇରଙ୍ଗପୁର-ଯଶୀପୁର ୨୨୦ନଂ ଜାତୀୟ ରାଜପଥର ବାଦାମପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରୀ ଛକରେ ସନ୍ଧ୍ୟା ବେଳେ ବାଇକ୍-ଟ୍ରକ ମୁହାଁମୁହିଁ ଧକ୍କା। ବାଇକରେ ଥିବା ୩ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି। ଖବରପାଇ ବାଦାମପାହାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ ଯଶିପୁର ଥାନା ଅନ୍ତର୍ଗତ ଲୁହାମାଣିଆ ଗାଁର ୩ଯୁବକ ସାହିବା ହାଁସଦା(୩୨),ଭରତ ହାଁସଦା, ଏବଂ କୁଲଢିଆ ଗ୍ରାମର ସାହିବା ମୁର୍ମୁ ଏକ ହିରୋହୋଣ୍ଡା ସ୍ପେଲେଣ୍ଡର ବାଇକରେ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିବା ବେଳେ ଝଲଡୁଙ୍ଗୁରୀ ଛକରେ ଟ୍ରକ ସହ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଦାମପାହାଡ ପୋଲିସ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ଗାଡ଼ି ଦୁଇଟିକୁ ଜଵତ କରିଛି। ଡ଼ାକ୍ତରଖାନାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ସାହିବା ହାଁସଦା ଏବଂ ଭରତ ହାଁସଦା ଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *