September 28, 2023

Times One Odia

Odia News Portal

ସଡ଼କ ଦୁର୍ଘଟଣାରେ ଓଡିଶା ପ୍ରାଇମ ଟିଭି ସାମ୍ବାଦିକଙ୍କ ମୃତ୍ୟୁ

1 min read

କଳାହାଣ୍ଡି(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୂର୍ତ୍ତ ବିଭାଗର ମନମୁଖୀ ଖାମଖିଆଳି ଯୋଗୁଁ ବିଜୁ ଏକ୍ସପ୍ରେସ ୱେ ରାସ୍ତା ରେ ଡେଞ୍ଜେର ଯୋନ ସୂଚନା ନ ଦେଇ ମାଟି ,ମୁରୁମ ଗଦା ରଖି ଦେଇଥିବାରୁ ଗତ ୫ ଡିସେମ୍ବର ଅପରାହ୍ନ ୪ଟା ସମୟରେ ଏକ ଜରୁରୀ କାର୍ଯ୍ୟ ପାଇଁ ଧର୍ମଗଡ଼ ଯାଇ OD08M2242 ପଲସର ବାଇକ ରେ ଓଡ଼ିଶା ପ୍ରାଇମ ଟିଭି ସାମ୍ବାଦିକ ବଳଦେବ ବାଗ ନିଜ ଗାଁ ହାତୀପକାନ କୁ ଫେରୁଥିବା ସମୟରେ ଗଡ଼ିଆଯୋର ନିକଟ ବିଜୁ ଏକ୍ସପ୍ରେସ ୱେ ରାସ୍ତା ରେ ପକାଇଥିବା ମୁରୁମ ଗଦାରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା ।ଫଳରେ ଛିଟିକିପଡି ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଥିବା ବେଳେ କିଛି ସ ହୃଦୟ ବ୍ୟକ୍ତି ତାଙ୍କ ପରିବାର ଓ ୧୦୮ ଆମ୍ବୁଲେନ୍ସ କୁ କଲ କରି ଜଣାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ଥିଲେ ଗୁରୁତର ଥିବା ଯୋଗୁଁ ଡାକ୍ତର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ କିନ୍ତୁ ପରିତାପର ବିଷୟ ରାତି ଘ. ୯.୦୦ ସମୟରେ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁବରଣ କରିଥିଲେ ।

ଉକ୍ତ ଖବରପାଇ କଳାହାଣ୍ଡି ୱେବ ମିଡିଆ ସଂଘର ଜିଲ୍ଲା କର୍ମକର୍ତା ସଂଗ୍ରାମ କେଶରୀ ପାତ୍ର, ମଧୁସୂଦନ ପାତ୍ର, ତୁଳମଣି ନାଗ ଉପସ୍ଥିତ ହୋଇ ଦୁଃଖ ପ୍ରକାଶ କରି ଶୋକ ସନ୍ତପ ପରିବାରକୁ ସନ୍ତୁନା ଦେଇଥିଲେ ।ପରିଶେଷରେ ଆଜି ଧର୍ମଗଡ଼ ପୋଲିସ ଉପସ୍ଥିତି ହୋଇ ଏକ କେଶ ରୁଜୁକରି ପୋଷ୍ଟମଟମ କରି ଶବ ବ୍ୟବଚ୍ଛେଦ କଲାପରେ ଧର୍ମଗଡ଼ ବ୍ଲକ ୱେବ ମିଡିଆ ସଂଘର ସାମ୍ବାଦିକ ସୋଭିଦ ଗାନ୍ଧୀ, ଦିଲୀପ ଦୁରିଆ, ସୁଧୀରଗୋପାଳ, ରମେଶ ଗୋପାଳ, ଚିତ୍ତରଞ୍ଜନ ନାଏକ, ପିଣ୍ଟୁ ମୁଣ୍ଡ, ଅଶ୍ୱିନ ହଂସ, ଜ୍ୟୋତି , ସମାଜ ସେବକ ସୀମାଞ୍ଚଳ ଗୋପାଳ ଉପସ୍ଥିତ ହୋଇ ଶୋକ ସନ୍ତପ ପରିବାରକୁ ଶାନ୍ତୁନା ଦେଇ ତାଙ୍କ ପରିବାର ସହ ସରକାରୀ ଶବ ଶୋଭାଯାତ୍ରା ଗାଡ଼ିରେ ମର ଶରୀରକୁ ତାଙ୍କ ଜନ୍ମ ଭୂମି ହାତୀପକାନ କୁ ଆଣି ୱେବ ମିଡିଆ ଦ୍ୱାରା ସ୍ଲୋଗାନ ଦେଇ ଶୋଭାଯାତ୍ରା କରି ଘରକୁ ଆଣି ପରିବାର ଓ ଗାଁ ଲୋକେଶେଷ ଦର୍ଶନ କରିବା ପରେ ଗାଁ ସ୍ମଶାନ କୁ ନେଇ ଶବଦାହ କରାଯାଇଥିଲା । ମୃତକଙ୍କ ବାପା ରାଜନ ବାଗ ମୁଖାଗ୍ନି ଦେଇ ଥିବାବେଳେ ପରିବାର ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *