September 27, 2023

Times One Odia

Odia News Portal

ଅଟୋ ଓଲଟି ୨୦ ରୁ ଊର୍ଦ୍ଧ୍ଵ ଆହତ, ୨ ଗୁରୁତର

1 min read

ଡାବୁଗାଁ(ଜି ବିନୋଦ କୁମାର): ୧୨ ରବିବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ମନ୍ଦିର ନିକଟ ଘାଟି ରେ ୨ ଟି ଅଟୋ ଓଲଟି ୨୦ରୁ ଊର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତ୍ତର ହୋଇଥିବା ଜଣାପଡିଛି | ସୂଚନାଯୋଗ୍ୟ:- କୋରାପୁଟ ଜିଲା କୋଟପାଡ ଥାନା ଅଧୀନ ପଲକାଗୁଡା ଗ୍ରାମ ଓ ନବରଙ୍ଗପୁର ଜିଲା କୋଷାଗୁମୁଡା ଥାନା ଅଧୀନ କିଡ୍ରିପାଲି ଗ୍ରାମର ୨୦ ରୁ ଊର୍ଦ୍ଧ୍ଵ ଲୋକ ଶନିବାର ଝରିଗାଁ ବ୍ଲକ ଅଧୀନ ରାମପୁରିଆଗୁଡା ଗ୍ରାମର ନିଜ ସମ୍ପର୍କିୟ ଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ | ରବିବାର ଦଶାହ କାର୍ଯ୍ୟ ସାରିବା ପରେ ଅପରାହ୍ନରେ ନିଜ ଘରକୁ ୨ ଟି ଅଟୋ ଗାଡି ନଂ ଓଡି ୧୦ ଏନ ୯୫୨୨ ଓ ଓଡି ୧୦ – ୦୩୯୦ ଦ୍ଵାରା ଫେରୁଥିବା ଡାବୁଗାଁ ବ୍ଲକ ଅଧୀନ କେଲିଆ ଘାଟିରେ ଓହ୍ଲାଉ ଥିବା ସମୟରେ ଗାଡି ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା |

ଫଳରେ ଗାଡିରେ ଥିବା ଯାତ୍ରୀ ମାନେ ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶ୍ୟାମସୁନ୍ଦର ବେହେରା ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନନକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଆହତମାନେ ନବରଙ୍ଗପୁର ଜିଲା କୋଷାଗୁମୁଡା ଥାନା ଅଧୀନ କିଡ୍ରିପାଲି ଗ୍ରାମର ମୁକ୍ତା ମହୁରିଆ (୪୦), ବନମାଳୀ ମହୁରିଆ (୪୫), ରଇନୁ ଭତ୍ରା (୬୦), ଆସମତି ମହୁରିଆ (୩୫), ସୁକଦେଇ ମହୁରିଆ (୫୦) ଏବଂ କୋରାପୁଟ ଜିଲା କୋଟପାଡ ଥାନା ଅଧୀନ ପଲକାଗୁଡା ଗ୍ରାମର ଡମାଇ ରନ୍ଧାରୀ (୫୫), ମୁତୁଲି ମହୁରିଆ (୪୫), ତୁଲସୀ ମହୁରିଆ (୫୦), ହିରାବତୀ ମହୁରିଆ (୪୫), ମନମୋହନସିଂ ମହୁରିଆ (୮), ରୁକ୍କମଣି ମହୁରିଆ (୪୦), ରାମବତୀ ସିରା (୩୦), ଗୋମତୀ ମହୁରିଆ (୩୫), ରମେଶ ମହୁରିଆ (୪), ମାଳତି ମହୁରିଆ (୪୦), ଧନମଣି ମହୁରିଆ (୫) ପ୍ରମୁଖ ଆହତ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ଭଗବାନ ମହୁରିଆ (୪୦), ଗୀତା ମହୁରିଆ (୧୩) ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ୨ ଜଣଙ୍କୁ ନବରଙ୍ଗପୁର ଜିଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

Leave a Reply

Your email address will not be published. Required fields are marked *