September 21, 2023

Times One Odia

Odia News Portal

ଲିଙ୍ଗଭିତିକ ହିଂସା ବିରୋଧରେ ୧୬ ଦିନିଆ ବିଶ୍ବବ୍ୟାପୀ ଅଭିଯାନ

ରାଇକିଆ (ରଜତ କୁମାର ନାୟକ): ସାରା ବିଶ୍ବରେ ଲିଙ୍ଗଭିତିକ ବିଭିନ୍ନ ହିଂସାତ୍ମକ କାର୍ଯ୍ୟ କଳାପନେଇ‌ ଲୋକଙ୍କ ମନରେ ଭୟଭୀତ ହୋଇ ରହୁଛନ୍ତି। ଏହି ହିଂସାଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କମିବାର ନାଁ ନେଉନାହିଁ। ଏହି ହିଂସା ବିରୋଧରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ଜାରି ରଖିଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ ଏବଂ ଜି ଉଦୟଗିରି ବ୍ଲକ୍ ରେ ଗୁରୁବାର ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଦେଖି ବାକୁ ମିଳୁଛି।ମଞ୍ଚର ମହିଳାଙ୍କୁ ଏହି ଲିଙ୍ଗଭିତିକ ହିଂସା ସମ୍ପର୍କରେ ଅବଗତ କରାଯାଉଛି।

ଏହି ଅଭିଯାନ ୨୫ ନଭେମ୍ବର ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ୧୬ ଦିନିଆ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସୁନାଦେଇ ପ୍ରଧାନ, ଚଞ୍ଚଳା ପ୍ରଧାନ, ସସ୍ମିତା ମଲ୍ଲିକ,ପ୍ରମଦା ନାୟକ, କୈାଶଲ୍ୟା ମଲ୍ଲିକ,ମିନି ନାୟକଙ୍କ ସହ ବହୁ ସଂଖ୍ୟକ ମହିଳା ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *