September 26, 2023

Times One Odia

Odia News Portal

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯୧୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଆଜି ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୫୨, ବରଗଡରୁ ୧୧୧, ଭଦ୍ରକରୁ ୯୫, ବଲାଙ୍ଗିରରୁ ୧୧୪, ବୋଦ୍ଧରୁ ୧୦, କଟକରୁ ୩୫୯, ଦେବଗଡରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଂଜାମରୁ ୫୪, ଜଗତସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୧୦୧, କେନ୍ଦୁଝରରୁ ୯୭, ଖୋର୍ଦ୍ଧାରୁ ୬୦୧ କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୂରଭଂଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡରୁ ୮୮, ନୂଆପଡାରୁ ୮୭, ପୁରୀରୁ ୧୩୨, ରାୟଗଡାରୁ ୨୯, ସମ୍ବଲପୁରରୁ ୧୩୧, ସୋନପୁରରୁ ୯୪ ଏବଂ ସୁନ୍ଦରଗଡରୁ ୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୧୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *