September 26, 2023

Times One Odia

Odia News Portal

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଡାବୁଗାଁ ବନ ବିଭାଗ ଚଢାଉ କରି ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ:- ଶୁକ୍ରବାର ଦିନ ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ୩ଟି ଶାଳ ଗଛ କାଟି ସିଲପଟ ତିଆରି କରୁଥିବା ବନ ବିଭାଗ ଖବର ପାଇ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ। ଚଢାଉ ସମୟରେ ଜଙ୍ଗଲ ମଧ୍ୟରୁ ୧ଟି ଶାଳ ସିଲପଟ , କିଛି ଚିରା କାଠ ଓ ୩ ଟି ଟାଙ୍ଗିଆ ଜବତ କରିବା ସହ ଘଟଣାସ୍ଥଳରୁ ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି।

ସେମାନେ ସାନ କୋଇଲାରୀ ଗ୍ରାମର ସତ୍ୟ ପୂଜାରୀ (୩୧), ବଲରାମ ଗଣ୍ଡ (୩୬) ଓ ମଙ୍ଗରାଜ ଗୌଡ (୨୫)। ଆଜି ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ବନାଞ୍ଚଳ କାର୍ଯ୍ୟଳୟ କେସ ନଂ୧୯୫ /୨୦୨୦-୨୧ ରେ ଏକ ମାମଲା ରୁଜୁ କରାଯାଇଛି । ଜବତ ହୋଇଥିବା କାଠର ଆନୁମାନିକ ସରକାରୀ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ପ୍ରକାଶ କରିଛନ୍ତି । ଏହି ଚଢାଉରେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ରିତାରାଣୀ ବିଶ୍ଵାସରାୟ, କୁନ୍ତଳା କୁମାରୀ ଖୁରା ଓ ବନ କର୍ମଚାରୀ ମାନେ ସାମିଲ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *