September 26, 2023

Times One Odia

Odia News Portal

୨୫ କୋଟି ଭାରତୀୟ ଜୁଲାଇ ସୁଦ୍ଧା ନେବେ କରୋନା ଟିକା

25 crore of indians will be vaccinated by july

25 crore of indians will be vaccinated by july

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ବରେ ମହାମାରୀ କରୋନା ସଂକ୍ରମଣ ଅଣାୟତ୍ତ ହେଉଛି। କରୋନାକୁ ନେଇ ପୂରା ଦେଶ ଏବେ ଆତଙ୍କିତ ହୋଇପଡିଛି। କରୋନା ଟିକାକୁ ନେଇ ଦେଶବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏସବୁ ଭିତରେ ଏକ ଖୁସି ଖବର ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦୨୧ ମସିହା ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କ ନିକଟରେ କରୋନା ଟିକା ପହଞ୍ଚିବ। ଏଥିପାଇଁ ୪୦୦ରୁ ୫୦୦ ମିଲିୟନ କରୋନା ଟିକା ତିଆରି କରାଯିବ। ଏଥିପାଇଁ ପ୍ରତିଟି ରାଜ୍ୟକୁ ଜନସଂଖ୍ୟା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟମାନେ ଅକ୍ଟୋବର ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବେ। ଭାରତରେ ଏକାଧିକ ଟିକାର ମାନବ ପରୀକ୍ଷଣ ଚାଲିଛି। ସେ କହିଛନ୍ତି, ଆମର ପ୍ରାଥମିକ ଆକଳନ ଅନୁସାରେ ୨୦୨୧ ଜୁଲାଇ ସୁଦ୍ଧା ଆମ ପାଖରେ ୪ ଶହରୁ ୫ ଶହ ମିଲିୟନ କରୋନା ଟିକାର ଡୋଜ୍ ପହଞ୍ଚିବ। ଏହି ଟିକାକୁ ୨୫ କୋଟି ଲୋକଙ୍କୁ ଦିଆଯିବ।

Leave a Reply

Your email address will not be published. Required fields are marked *