ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବନବାହାଲ ଗ୍ରାମର ରେଳବାଇ ଫୁଟବଲ ଖେଳପଡିଆରେ ଜୟରାମ ଧରୁଆ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଫୁଟବଲ ଟ୍ରଫିର ଆଜି ଫାଇନାଲ ମ୍ୟାଚ ଖେଳାଯାଇଥିଲା, ଫାଇନାଲ ମ୍ୟାଚ ରେ ଗୁଲମି F.C ଦଳ ପତ୍ରାପାଲି F.C ଦଳକୁ ୪-୨ ଗୋଲରେ ପରାଜିତ କରି ଚମ୍ପିୟାନ ହୋଇଥିଲା । ଫୁଟବଲ ମ୍ୟାଚର ଅନ୍ତିମ ଦିନ ତଥା ଫାଇନାଲ ମ୍ୟାଚ ହୋଇଥିବାରୁ ଫୁଟବଲ କ୍ରୀଡ଼ା ପ୍ରେମୀ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିରହିଥିଲା ।
ଉଦଯାପନୀ ଉତ୍ସବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ଉପାଧ୍ୟକ୍ଷ ସୁନ୍ଦରମତି ବାଗ ସମ୍ମାନିତ ଅତିଥିଭାବରେ ଯୋଗଦେଇ ବିଜେତା ଓ ଉପବିଜେତା ଦଳର ଖେଳାଳିଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ ।ଏହା ସହିତ ଶ୍ରେଷ୍ଠ କିପର, ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ସ୍କୋରର, ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।ଏହି ସବୁ କାର୍ଯ୍ୟକ୍ରମରେ ଶ୍ରୀବତ୍ସ ବେହେରା, ଅଶ୍ଵିନୀ ଭୁକ୍ତା ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ, ଶିବ ଧରୁଆ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।