Home Breaking News ପଶ୍ଚିମ ଓଡିଶା ର ବିଶିଷ୍ଠ କଣ୍ଠ ଶିଳ୍ପୀ ତଥା କଶୀଂ ବାଉଁଶର ପାତି ସଂଗୀତକାର ବୃନ୍ଦାବନ ନାଏକଙ୍କ ପରଲୋକ – ସାରା ପଶ୍ଚିମ ଓଡିଶାରେ ଶୋକ

ପଶ୍ଚିମ ଓଡିଶା ର ବିଶିଷ୍ଠ କଣ୍ଠ ଶିଳ୍ପୀ ତଥା କଶୀଂ ବାଉଁଶର ପାତି ସଂଗୀତକାର ବୃନ୍ଦାବନ ନାଏକଙ୍କ ପରଲୋକ – ସାରା ପଶ୍ଚିମ ଓଡିଶାରେ ଶୋକ

by Times One Odia
Share with
     
 
 
   

ବିନିକା ୩-୨(ଅକ୍ଷୟ କୁମାର ପୂଜାହାରୀ ଆଜି ଦିବା 1 ଘଣ୍ଟା ବେଳେ ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡିଶା ର ବିଶିଷ୍ଟ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକ ଙ୍କ ପରଲୋକ ଘଟିଛି l ଏ ଖବର ପ୍ରସାରିତ ହେବା ପରେ ସୋନପୁର ସହର ସମେତ ସାରା ପଶ୍ଚିମ ଓଡିଶା ରେ ଶୋକ ର ଛାୟା ଖେଳି ଯାଇଛି l ଶ୍ରୀ ନାଏକ ଙ୍କ ମୃତ୍ୟୁ ଶଯ୍ୟା ନିକଟ ରେ ପତ୍ନୀ ଲଳିତା ନାଏକ, ପୁତ୍ର ଦିଲ୍ଲୀପ ନାଏକ, ଅଶୋକ ନାଏକ, ଝିଅ ବୀଣା ଓ ବିଜିଲି, ଶାଳକ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଉପସ୍ଥିତ ଥିବା ବେଳେ ସମାଜସେବୀ ଗୋବିନ୍ଦ ମାହାଣା, ସଂସୃତି ଗବେଷକ ଗଦାଧର ବାରିକ, ପୁରୁଷୋତ୍ତମ ମିଶ୍ର, ସାମ୍ବାଦିକ ବାବୁଲା ରଥ, ମନୋରଞ୍ଜନ ତ୍ରିପାଠୀ,ମହାଦେବ ମଲ୍ଲିକ, ପଏଁରୀ ସଭାପତି ଲଡ଼ୁ କିଶୋର ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ ନାଏକ, ଙ୍କ ସମେତ ଅନେକ ସଦସ୍ୟ, ରାମଧୁନ କ୍ଲବ, ବାପୁଜୀ କ୍ଲବ,ସ୍ୱଚ୍ଛ ଭାରତ, ସମେତ ସହର ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ବହୁ ଗଣ ମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ନାଏକ ଙ୍କ ଅନ୍ତିମ ଦର୍ଶନ କରିଥିଲେ l ଶ୍ରୀ ନାଏକ ଜଣେ ଶାନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ସେ କଣ୍ଠ ଦାନ କରିଥିବା କସିଂ ବାଉଁଶ ର ପାତି, ନନି କେ ଠିକ ଚିନ୍ହିଛେଁ, ଉଜଲ ମତି ରାଧା ମାଇଁ, ମନ ଦେଲା ଚାହାଲି, ପ୍ରସିଦ୍ଧ ସଂଗୀତ ସବୁ ତାଙ୍କୁ ଅଭୁଲା ଓ ଅମର କରି ରଖିବ l ସ୍ଥାନୀୟ ଶ୍ରୀ ଗୋକୋନେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗୀୟ ନାଏକ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ଼ ପୁଅ ଦିଲ୍ଲୀପ ନାଏକ ଅନ୍ତିମ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l

related posts

Leave a Comment