Home Breaking News ଯନ୍ତ୍ରୀଙ୍କୁ ଆକ୍ରମଣ କରି ଠିକାଦାର ବୁଲୁଛି, କାର୍ଯ୍ୟାନୁଷ୍ଠାନ କେବେ?

ଯନ୍ତ୍ରୀଙ୍କୁ ଆକ୍ରମଣ କରି ଠିକାଦାର ବୁଲୁଛି, କାର୍ଯ୍ୟାନୁଷ୍ଠାନ କେବେ?

by Times One Odia
Share with
     
 
 
   

ଫୁଲ ବାଣୀ-୨/୨( ସୁନୀଲ ପଟନାୟକ )ଫିରିଙ୍ଗିଆ ଥାନାରେଏତେଲା ଦେବାର ଏକ ସପ୍ତାହରୁ ଅଧିକ ବିତିଲାଣି ହେଲେ ତଦନ୍ତ ନାମରେ ପୋଲିସ ଅଭିଯୁକ୍ତ ଠିକାଦାର କୁ ଗିରଫ କରିନି ଏଯାଏ। ଅଭିଯୁକ୍ତ ଖୁଲମଖୁଲା ଫିରିଙ୍ଗିଆ ବ୍ଲକ ଛକ ବଜାରରେ ବୁଲୁଛି ।
ଅଭିଯୁକ୍ତକୁ ଗିରଫ କରିବା ଦାବୀ କରି ବ୍ଲକର ସମସ୍ତ କର୍ମଚାରୀମାନେ ଜିଲାପାଳ ଓ ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ।
ତଥାପି କାର୍ଯାନୁଷ୍ଠାନ ଶୁନ ।
ଅଭିଯୁକ୍ତ ଜଣଙ୍କଥରେ ନୁହେଁ ପୁର୍ବରୁ ଏକାଧିକବାର ଫିରିଙ୍ଗିଆ ବ୍ଳକର କାର୍ଯ୍ୟରତ ଯନ୍ତ୍ରୀ ଇଂ ଲିଙ୍ଗରାଜ ପାତ୍ରଙ୍କୁ ଧମକ ଦେବା ସହ ମାରଧର କରିସାରିଛି । ସେ କୁ ଆଡେ ଶାସକଦଳର ଲୋକ ସାଙ୍ଗକୁ ନେତ। ଓ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବା ଫଳରେ ତାକୁ ବ୍ଲକ ବିଡି ଓ ଓ ପୋଲିସ ବାବୁମାନେ ମଧ୍ୟ ଡରନ୍ତି କୁ ଆଡେ । ଗିରଫ କରିବାକୁ ସାହାସ ହେବ ବା କେମିତି?
ସେଥିପାଇଁ ବ୍ଲକ୍ ରେ ଠିକାଦାର ବାବୁଙ୍କ ପାଦୁର୍ଭାବ ବେଶି ।
ତୁରନ୍ତ ଗିରଫ ନ କଲେ ସମସ୍ତ ଫିରିଙ୍ଗିଆ ବ୍ଳକ କର୍ମଚାରୀ ଧାରଣାରେ ବସିବା ସହ ପଞ୍ଚାୟତ ନିର୍ବାଚନ ଡ୍ୟୁଟି କରିବେନି ବୋଲି ଧମକ ଦେଇଛନ୍ତି ।
କେବଳ ଏହି ବ୍ଲକ ନୁହେଁ ତୁମୁଡିବନ୍ଧ ବ୍ଲକର ଜଣେ ଯନ୍ତ୍ରୀଙ୍କ ସରକାରୀ ବାସ ଭବନରେ ପଶି ଜଣେ ଶାସକ ଦଳର ଠିକାଦାର ଗାଳି ଗୁଲଜ କରିବା ସହ ଧମକଚମକ ଦେଇଥିଲେ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ ଯନ୍ତ୍ରୀ। ସେହିପରି ପରେ ଠିକାଦାର ଜଣଙ୍କ ମଧ୍ଯ ଯନ୍ତ୍ରୀଙ୍କ ନାମରେ ଏତେଲା ଦେଇଥିଲେ ।
ଏତେ ସବୁ ସତ୍ତ୍ଵେ ଜିଲ୍ଲାରେ ଥିବା ଡିପ୍ଲୋମା ଇଂଜିନିୟର ସଂଘ ଚୁପ ବସିଛି ।
ସଂଘର କୌଣସି ପ୍ରତିକ୍ରିୟା ମିଳିନି ।
ତେବେ ଫିରିଙ୍ଗିଆ ପୋଲିସ ତଦନ୍ତ ପରେ କାର୍ଯ। ନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।

related posts

Leave a Comment