Home Breaking News ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ

ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ

by Times One Odia
Share with
     
 
 
   

ଫୁଲବାଣୀ 31/1(ସୁନୀଲ ପଟନାୟକ )
ରାମ ମନ୍ଦିର ସଭାଗୃହ ଠାରେ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ୭୪ତମ ତିରୋଧାନ ଦିବସ ୩୦ତାରିଖ ସଂନ୍ଧ୍ୟା ରେ ସଭାପତି ରବିନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ପାଳିତ ହୋଇ ଯାଇଛି। କମିଟିର ସଦସ୍ୟମାନେ ଗାନ୍ଧିଜୀଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣଥିଲେ।ଆବାହକ ଅଶୋକ ପରାଡା ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ।ଗାନ୍ଧିଜୀଙ୍କ ସତ୍ୟ ଅହିଂସା ସମେତ ,ସାତଟି ନିଷେଧାଦେଶ, ଗାନ୍ଧୀ ଦର୍ଶନ, ଗାନ୍ଧୀ ବିଚାର ଧାରା,ଗାନ୍ଧୀ ବାଣୀ ଉପରେ ବକ୍ତା ଭାବେ ଅଧ୍ୟାପକ ଦୁଷ୍ମନ୍ତ କୁମାର ମାର୍ଥା,ଅଧ୍ୟାପକ ଦିବ୍ୟ ରଞନ ତ୍ରିପାଠୀ, ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ ପଣ୍ଡା,ପ୍ରଶନ୍ନ ପଟନାୟକ, ନବ କିଶୋର ରଥ,ଅଶୋକ ମିଶ୍ର ପ୍ରମୁଖ ବକ୍ତବ୍ୟ ଦେଇଥିଲେ।ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଦିନକୁ ବିଶ୍ୱରେ ଅହିଂସା ଦିବସ ଭାବେ ପାଳନ ହେଉଥିବା ବେଳେ ଆମ ଦେଶରେ କେବଳ ଫୁଲମାଳ ପକାଇ ସ୍ଲୋଗାନରେ ସୀମିତ ରହିଯାଉଛି ବୋଲି କହିଥିଲେ ।ଗାନ୍ଧିଜୀଙ୍କ ଆଦର୍ଶକୁ ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ସହ ସ ମସ୍ତେ ନିଜ କର୍ମ କ୍ଷେତ୍ରରେ କାଣିଚାଏ ଉପଯୋଗ କଲେ ଏହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

related posts

Leave a Comment