ବିନିକା/୩୧/୧(ଅକ୍ଷୟ କୁମାର ପୂଜାହାରୀ) ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିନିକା ୨ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବିନିକାବ୍ଳକ କଇଁନ୍ତରା ଗ୍ରାମରେ ବିଜେଡି ଦଳ ପକ୍ଷରୁ ଏକ ବିଜେଡ଼ି କର୍ମି ସମ୍ମିଳନୀ ବିଜେଡ଼ି ବିନିକା ବ୍ଳକ ସଭାପତି ଦ୍ବାରୀକା ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ା ଏଥିରେ ବିରମାହାରାଜପୁର ବିଧାୟକ ତଥା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୂଖ୍ୟ ଅତିଥି ଭାବରେ ଯୋଗେଦେଇ ବିନିକା ବ୍ଳକ ୨ନମ୍ବର ଜୋନ ତଥା ଉଭୟ ଜୋନରେ ରେ ବିଜେଡ଼ି ପ୍ରାର୍ଥିୀ ଙ୍କୁ ବିପୁଲ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିବାସ କର୍ମି ମାନଙ୍କୁ ଦଳ ପାଇଁ କାମ କରି ବିଜୟବାନ ଉଡ଼ାଇବାକୁ ମନ୍ତ୍ର ଫୁଙ୍କି ଥିଲେ ା ବିନିକା ବ୍ଳକ ୧୦ଟି ପଞ୍ଚାୟତ ଏହି ଜୋନରେ ରହିଛି ା ଏହି ସଭାରେ ବିଜେଡ଼ି ରସୁପ୍ରିମୋ ଙ୍କ ଅନୁପ୍ରାଣିତ ହୋଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ମନ୍ତ୍ରୀ ଙ୍କ ଉପସ୍ତିତରେ ବିଜେପିର ମେଘେଳା ଗ୍ରାମର ରାଜ କୁମାର ସାହୁ, ଓ କଟାପାଲି ଗ୍ରାମର ପୁର୍ବତନ କଇନ୍ତରା ପଞ୍ଚାୟତ ସମତି ସଭ୍ୟ ନାରାୟଣ ଭୋଇ ମନ୍ତ୍ରୀ ଫୁଳ ମାଳଦେଇ ସମସ୍ତଙ୍କ ଉପସ୍ଥିତିେର ବିଜେଡ଼ିରେ ସାମିଲ କରାଇଥିଲେ ା
ଏଥିରେ ବିନିକା ଜୋନ୍ ନଂ – ୨ ଜିଲ୍ଲା ପରିଷଦ ପ୍ରାଥି ବଶିଷ୍ଠ ଭରାସାଗର, ସୋମନାଥ ମିଶ୍ର, ଅଦ୍ଵେତ ପଣ୍ଡା, ଜୟପ୍ରକାଶ ପ୍ରଧାନ, ଧର୍ମରାଜ ପଣ୍ଡା, ଅଚ୍ୟୁତ କଣ୍ଟା, ଦାଶରଥି ନନ୍ଦ, ଜୟକୃଷ୍ଣ ସାହୁ, କବିରାଜ ସା, ରସିକ ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା ଓ କେଦାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ। ଶେଷରେ ବିନିକା ବ୍ଳକ ବିଜେଡ଼ି ସମ୍ପାଦକ ଟଙ୍କଧର ମେଲ୍ଲି,ଧନ୍ୟବାଦ ଅର୍ପଣ କରିଥିଲେ ା
ବିନିକା ୨ ନଂ ଜିଲ୍ଳାପରିସଦ ଜୋନରେ ବିଜେଡ଼ି କର୍ମି ସମ୍ମିଳନୀ : ବିଜେପି ୨ଜଣ କର୍ମୀ ବିଜେଡିରେ ସାମିଲ
Share with