Home Breaking News ଦଳୀୟ କନ୍ଦଳରେ ବିଜେଡି ସୁଧୀର ବନାମ ଭାସ୍କର ଦଳ ୨ ଫାଳ

ଦଳୀୟ କନ୍ଦଳରେ ବିଜେଡି ସୁଧୀର ବନାମ ଭାସ୍କର ଦଳ ୨ ଫାଳ

by Times One Odia
Share with
     
 
 
   

ରାୟଗଡ-୩୧/୦୧-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲାରେ ରାଜନୈତିକ ଉଷ୍ମତା ଲାଗି ରହିଛି । ପଞ୍ଚାୟତ ନିର୍ବାଚନାକୁ ଦୃଷ୍ଟିରେ ରଖି ସବୁ ଦଳର ନେତା ଓ କର୍ମକର୍ତ୍ତା ମାନେ ଚଳ ଚଞ୍ଚଳ ହେଇ ପଡିଛି। ଭାଜପର ଓ କଂଗ୍ରେସ ପକ୍ଷରୁ ନିଜ ନିଜ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଇ ନିର୍ବାଚନ ରଣକୁ ଜିତିବାକୁ ସବୁ ଉପାୟ ପ୍ରୟୋଗ କରିବା ପାଇଁ ପଛାଉ ନାହାନ୍ତି। କିନ୍ତୁ ବିଜେଡିର ସେମିତି କିଛି ଭଲ ଚାଲି ନାହିଁ ନିଜ ନିଜ ମଧ୍ୟରେ ଟଣା ଓଟରା ଚାଲିଛି। ବିଜେଡି ୨ ଫାଳ ହେବା ସ୍ୱଷ୍ଟ ଭାବରେ ଲୋକଙ୍କୁ ଜଣା ପଡ଼ିଲାଣି। ରାଜ୍ୟ ସଭା ସାଂସଦ ବରିଷ୍ଠ ଭାସ୍କର ରାଓ ଙ୍କ କାର୍ଯ୍ୟ କାଳ ଆଉ କେଇ ମାସରେ ଶେଷ ହେବାକୁ ଯାଉଥିବାରୁ ନିଜର ପ୍ରଭାବ କୁ ପୁନର୍ବାର ବିସ୍ତାର କରିବା ପାଇଁ ପ୍ରୟାସ ଚାଲିଛି। ସେହିଭଳି ବର୍ତ୍ତମାନର ଜିଲ୍ଲା ସଭାପତି ସୁଧୀର ଦାସ ଦଳକୁ ଜିତାଇବା ପାଇଁ ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାର୍ଥି ସ୍ଥାନୀୟ କର୍ମୀଙ୍କ ସୁପାରିଶ ରେ ଲଢ଼ିବାକୁ ସୁଯୋଗ ଦେଇଛନ୍ତି। କିନ୍ତ ତାହା ଅନ୍ୟ ଗୋଷ୍ଠୀକୁ ନା ମଞ୍ଜୁର କରି ଅନ୍ୟ ଏକ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାକୁ ସ୍ୱାଧୀନ ନାରେ ଲଢଉଥୁବା ଜଣା ପଡ଼ିଛି। ଅନେଜ ଦିନରୁ ଦଳୀୟ କନ୍ଦଳ ରହିଥିବା ବେଳେ ଏହା ପଦାକୁ ଆସୁ ନଥିଲା କିନ୍ତୁ ଏବେ ସାଧାରଣ ଜନତା ଓ ରାଜନୈତିକ ସାମୀକ୍ଷକ ମାନେ କହୁଛନ୍ତି କି
ସୁଧୀର ବନାମ ଭାସ୍କର ବୋଲିI ଦଳୀୟ ବରିଷ୍ଟ ନେତାଙ୍କ ଟଣା ଓଟରା କୁ ଦେଖି କର୍ମୀମାନେ ପ୍ରମାଦ ଗଣୁଛନ୍ତି କାରଣ ପାଞ୍ଚ ପାଳି ଶାସନ କରିଥିବା ଶାସକ ଦଳ ବିରୋଧୀଙ୍କ ମାଡରେ ଘାଇଲା ହବକି ବୋଲି ଆଶଙ୍କା ମାଣୀ ଛନ୍ତି। ଦେଖାଯାଉ ରାଜନୈତିକ ପାଣିପାଗ କଣ କରୁଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବିର୍ବାଚନ ପରେ ଜଣା ପଡିବ, ଏଥିରୁ ବିରୋଧୀ ଦଳ ମାନେ କେତେ ଫାଇଦା ଉଠାଉଛନ୍ତି ତାହା ସମୟ କହିବ।

related posts

Leave a Comment