ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ସମାଜ ର ଅନେକ ବ୍ୟକ୍ତି କେବଳ ନିଜର ଜୀବନ ଜୀବିକା ସହ ସଂଗ୍ରାମ, ଓ ସାଧାରଣ ଜୀବନ ଯାପନ କରୁଥିବା ବେଳେ ଏମିତି କିଛି ଖୁବ କ୍ଵଚିତ ଲୋକ ଥାଆନ୍ତି ଯେଉଁମାନେ କି ସମାଜ ର କିଛି ଦାଇତ୍ୱ ବୋଧ ମୁଣ୍ଡାଇବା କୁ ଓ ସାଧାରଣ ଜୀବନ ବ୍ୟତୀତ କିଛି ଅସାଧାରଣ କାର୍ଯ୍ୟ କରିବାକୁ ଭଲ ପାଆନ୍ତି l ଆଉ ସେମିତି ଜଣେ ନିଆରା ବ୍ୟକ୍ତି ସୁବର୍ଣ୍ଣପୁର ସହର ର ବ୍ୟାଙ୍କ କର୍ମଚାରୀ ଦିଲ୍ଲୀପ ଭୁକ୍ତା l ନିଜର ଚାକିରୀ କାମ କୁ ନିଷ୍ଠା ର ସହିତ କାର୍ଯ୍ୟ ତୁଲାଇ ସାମାଜିକ ଜୀବନ ସକ୍ରିୟ ରହିବା ସଂଗେ ସଂଗେ ସ୍ୱଚ୍ଛ ଭାରତ ସଂଗଠନ ର ମଧ୍ୟସେ ଜଣେ ଆଗଧାଡିର କର୍ମକର୍ତ୍ତା ଭାବେ ଜଣାଶୁଣା l ତା ସହିତ ପିଲା ବେଳୁ ପଶୁ ପକ୍ଷୀ ମାନଙ୍କ ପ୍ରତି ଅନାବିଳ ସ୍ନେହ ମମତା ବାଣ୍ଟିବା ରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ପ୍ରତିଦିନ ମର୍ନିଙ୍ଗ ୱାକ ବେଳେ ସେ ସହର ର ବିଭିନ୍ନ ସ୍ଥାନ ଏବେ ଫରେଷ୍ଟ ପାର୍କ ରାସ୍ତା ରେ ଗାଈ ଗୋରୁ, କୁକୁର ମାନଙ୍କୁ ଏବଂ ନୁଆଁ ରିଙ୍ଗ ରୋଡ଼ ରେ ମାଙ୍କଡ଼ ମାନଙ୍କୁ ବାଦାମ, ବିସ୍କୁଟ, ଓ ଅନେକ ପ୍ରକାର ଖାଦ୍ୟ ଖୁଆଇଥାନ୍ତି l ଶ୍ରୀ ଭୁକ୍ତା ଙ୍କ ବାଇକ କୁ ପଶୁ ପକ୍ଷୀ ଘେରି ଯାଆନ୍ତି l ଯେଉଁ ଦୃଶ୍ୟ ସବୁ କୁ କି ଲୋକେ ଦେଖି ଖୁବ ଖୁସି ହୁଅନ୍ତି l ଶ୍ରୀ ଭୁକ୍ତା ବ୍ୟାଙ୍କରେ ଗ୍ରାହକ ଓ ସାଧାରଣ ମଣିଷ ଙ୍କୁ ସବୁଠି ଖୁବ ଆଦର କରନ୍ତି,ଅମାୟିକ
ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଜଣେ ନିଆରା ମଣିଷ ଦିଲ୍ଲୀପ ଭୁକ୍ତ
Share with