Home Breaking News ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଭାବେ ଅଶୋକ ପରିଡା ମନୋନୀତ

ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଭାବେ ଅଶୋକ ପରିଡା ମନୋନୀତ

by Times One Odia
Share with
     
 
 
   

ଫୁଲବାଣୀ -31/1(ସୁନୀଲ ପଟନାୟକ )
ସୋମବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସଭାପତି ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ରାଜ୍ୟ ରୁ ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକାରୀ କମିଟିର ନୂତନ କର୍ମକର୍ତ୍ତା ଚୟନ ଉପରେ ସୂଚନା ଦେଇ ଆଲୋଚନା କରିଥିଲେ।ଟ୍ରାଇଫାଏଡର ଉପାଧ୍ୟକ୍ଷ ପବିତ୍ର କହଁର ଅତିଥି ଭାବେ ଯୋଗ ଦେଇଥିବା ବେଳେ କମିଟି ପକ୍ଷରୁ ପୁଷ୍ପଗୁଛ ଦେଇ ଦେଇ ସ୍ୱାଗତ କରାଯାଇଥିଲା। ରାଜ୍ୟ ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ସଂଗଠନକୁ ମଜଭୁତ କରିବା ସହ ବାର୍ଷିକ ଯୋଜନା ପ୍ରସ୍ତୁତ ଉପରେ ଆଲୋଚନା କରିଥିଲେ।ପ୍ରତି ବ୍ଲକ କମିଟି ଗଠନ ଓ ବ୍ଲକ ସ୍ତରୀୟ ବୈଠକ ଶେଷ କରି ନଭେମ୍ବର ମାସରେ ଜିଲ୍ଲା ସମ୍ମିଳନୀ କରିବାକୁ ଆଲୋଚନା କରାଯାଇଥିଲା।
ଚଳିତ ବର୍ଷ ପାଇଁ ନୂତନ କାର୍ଯ୍ୟ କାରିଣୀ ପୁନର୍ଗଠନ କରାଯାଇଥିଲା।ବୈଠକରେ ସର୍ବ ସମ୍ମତିକ୍ରମେ ଅଶୋକ ପରିଡାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା ଓ କମିଟି ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ଭାବେ ଗୋପାଳଚନ୍ଦ୍ର ବେହେରା, ଉପ ସଭାପତି ଭାବେ ଅଙ୍ଗନବାଡି କର୍ମୀ ସାରଦା ଗୋଛୟତ ଓ ଆଶାକର୍ମୀ ଅମ୍ବିକା ବେହେରା, ସଂମ୍ପାଦକ ରଞନ କହଁର,ସହ ସମ୍ପାଦକ ବିପ୍ରବର ସ୍ୱାଇଁ ଓ ଜଗମୋହନ ପଣ୍ଡା କୋଷାଧ୍ୟକ୍ଷ ଭାବେ ଆରତୀ ବେହେରା ସଂଗଠନ ସମ୍ପାଦକ କାହ୍ନୁ ଚରଣ ବେହେରା, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପ୍ରତାପ ସାହାଣୀ,ଅଭିମନ୍ୟୁ ପଣ୍ଡା ଓ ମମତା ବଗର୍ତ୍ତୀ ମନୋନୀତ ହୋଇଥିଲେ।
କନ୍ଧମାଳ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କାର୍ଯ କରୁଥିବା ଅସଂଗଠିତ ଶ୍ରମିକ , ଆଶା ,ଅଙ୍ଗନବାଡି,ପାଚିକା ଓ ଠିକା କର୍ମଚାରୀ ମାନଙ୍କୁ ହେଉଥିବା ଶୋଷଣ ସମ୍ପର୍କରେ ବିଭାଗୀୟ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ନୂତନ ସଭାପତି ଅଶୋକ ପରିଡା ସୂଚନା ଦେଇଥିଲେ।

related posts

Leave a Comment