ରାୟଗଡ -୨୭/୦୧ -(ଧନେଶ୍ବର ରାଉତ)-ଚଳିତ ତ୍ରିସ୍ତରୀୟ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ସଂପାଦନ କରିବା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବୈଠକ କଲେ ରାୟଗଡ ଜିଲ୍ଲା ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ । ଜିଲ୍ଲା ପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ଓ ନିର୍ବାଚନ ଖର୍ଚ୍ଚ ହିସାବ ପର୍ଯ୍ୟବେକ୍ଷକ ମନୋରଞ୍ଜନ ମହାପାତ୍ର ଯୋଗଦେଇ ନିର୍ବାଚନ ଆଚରଣ ବିଦ୍ଧିକୁ କଡାକଡି ଭାବରେ ପାଳନ କରି ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ କରିବା ପାଇଁ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । କୌଣସି ପ୍ରାର୍ଥୀ ଜାତି, ଧର୍ମ ଓ ସମ୍ପ୍ରଦାୟ ବିରୁଦ୍ଧରେ ପ୍ରଚାର କରିପାରିବେ ନାହିଁ କିମ୍ୱା କୌଣସି ଭୋଟ ଦାତାଙ୍କୁ ଧମକ ଚମକ ଦେଇ ଏବଂ ଜରଜବରଦସ୍ତୀ ପ୍ରଭାବିତ କରି ପାରିବେ ନାହିଁ । କୌଣସି ସରକାରୀ ଗୃହ, ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନକୁ ଭୋଟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ । ଏହି ନିର୍ବାଚନ ସମୟରେ ପଦଯାତ୍ରା, ମୋଟର ସାଇକେଲ ରାଲି ଏବଂ ବିଜୟ ଶୋଭାଯାତ୍ରା ବାରଣ କରାଯାଛି । ପ୍ରାର୍ଥୀ କେବଳ ସିମିତ ବ୍ୟକ୍ତି ମାନଙ୍କୁ ନେଇ ପ୍ରଚାର କରିବେ । କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ଭୋଟ ପ୍ରଚାର କରିବେ ବୋଲି କହିଥିଲେ । ଯଥା- ମାସ୍କ ବ୍ୟବହାର, ସାନିଟାଇଜର ଏବଂ ସାମାଜିକ ଦୂରତା ଅବଲମ୍ୱନ କରିବେ ବୋଲି ଜିଲ୍ଲାପାଳ, ରାୟଗଡ ବୈଠକରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଇଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ସିମାକୁ ଖର୍ଚ୍ଚ ହିସାବ ପର୍ଯ୍ୟବେକ୍ଷକ ଶ୍ରୀ ମହାପାତ୍ର ଉପସ୍ଥାପନା କରିଥିଲେ । ତଦନୁଯାୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଞ୍ଚ ଲକ୍ଷ ଟଙ୍କ ।, ସମିତି ସଭ୍ୟ ପ୍ରାର୍ଥୀ ଏବଂ ସରପଞ୍ଚ ପ୍ରାର୍ଥୀ ସର୍ବୋଚ୍ଚ ଦୁଇ ଲକ୍ଷ ଟଙ୍କ । ଲେଖାଏଁ ନିର୍ବାଚନ ଖର୍ଚ୍ଚ କରି ପାରିବେ ।
ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ , ଜିଲ୍ଲା ପଞ୍ଚାୟତ ଅଧିକାରୀ, ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବିଜୁ ଜନତା ଦଳର ବ୍ରଜସୁନ୍ଦର ନାୟକ,, ଭାରତୀୟ ଜନତା ପାର୍ଟିର ଶ୍ରୀ ଶିବପ୍ରସାଦ ପଟନାୟକ, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟ କର୍ମକର୍ତ୍ତା ମାନେ ବୈଠକରେ ଉପସ୍ଥିତ ଥିଲେ ।
ଅବାଧ ଓ ନିରପେକ୍ଷ ପଞ୍ଚାୟତରାଜ ନିର୍ବାଚନ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲାପାଳ
Share with
previous post