Home Breaking News ଅସ୍ଥା ହରାଉଛି କୁଲାଡ଼ ଆନ୍ଦ୍ରା ବ୍ୟାଙ୍କ !

ଅସ୍ଥା ହରାଉଛି କୁଲାଡ଼ ଆନ୍ଦ୍ରା ବ୍ୟାଙ୍କ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର 27/01/2022 ବ୍ଲକ ଅନ୍ତର୍ଗତ କୁଲାଡ଼ ଏକ ଖୁଦ୍ର ଗ୍ରାମାଞ୍ଚଳ! ଏହି ଗ୍ରାମ ଉପରେ ନିର୍ଭର କରନ୍ତି 6 ଗ୍ରାମ ପଞ୍ଚାୟତର ଏକ ଲକ୍ଷରୁ ଉର୍ଦ୍ଧ ଜନସାଧାରଣ ! ମାତ୍ର ବଡ ବିଡମ୍ବନାର ବିଷୟ ଏଠି ଏକ ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କ ପାଇଁ ରହିଛି ମାତ୍ର ଦୁଇଟି ବ୍ୟାଙ୍କ, ଏଥି ମଧ୍ୟ୍ୟରୁ ଆନ୍ଦ୍ରା ବ୍ୟାଙ୍କ ହେଉଛି ବହୁ ପୁରାତନ ! ଏହି ବ୍ୟାଙ୍କ ଉପରେ ଛଟି ଗ୍ରାମପଞ୍ଚାୟତର ଏକ ତୃତୀୟାନ୍ସ ଜନସାଧାରଣ ନିର୍ଭର କରୁଛନ୍ତି ! କିନ୍ତୁ ବ୍ୟାଙ୍କ ଉପରୁ ବର୍ତମାନ ଅସ୍ଥା ହରାଇବାର ଆଖି ସାମନାକୁ ଆସିଛି ! ବିଗତ ଦିନରେ ଏହି ବ୍ୟାଙ୍କ କର୍ମଚାରୀ ମାନେ ମିଳିମିଶି ପିତଳ ଅଳଙ୍କାର ରଖି କୋଟି କୋଟି ଟଙ୍କାର ସୁନା ଋଣ ଗ୍ରାହକଙ୍କ ଅଜାଣତରେ ଗ୍ରାହକ ବ୍ୟାଙ୍କ ଖାତାରୁ ହରଣଚାଲ କରିଛନ୍ତି ! ଯାହାକି ବର୍ତମାନ ତଦନ୍ତ ପରିସରଭୁକ୍ତ ରହିଛି ! ବର୍ତମାନ ପରିସ୍ଥିତି ସେଇଭଳି କୌଣସି ଏକ ବଡଧାରଣ
ଜାଲିଆତି ହେବାର ଆଶଙ୍କା ଜନସାଧାରଣ ମନରେ ବସାବାଦ୍ଧି ବାରେ ଲାଗିଛି ! କାରଣ ସେ ସମୟରେ ପାସ ବୂକ ଯେମିତି ପ୍ରୀଣ୍ଟ ହେଉନଥିଲା ତାହା ର ପୁନରାବୃତ୍ତି ବର୍ତମାନ ପରିଲିଖିତ ହେଉଛି ! ବ୍ୟାଙ୍କ ପାସବୂକ ପ୍ରିଣ୍ଟ ନ ହେବା କାରଣରୁ ପାସ ବୂକ ରେ କେତେ ଟଙ୍କା ଅଛି ବ୍ୟାଙ୍କ ଖାତାଦାରି ଜାଣିପାରୁନାହାନ୍ତି ଆଉ ଏହାର ସୁଯୋଗ ନେଉଛନ୍ତି ବ୍ୟାଙ୍କର କିଛି ଅଶାନ୍ଧୁ କର୍ମଚାରୀ ! ବ୍ୟାଙ୍କର କିଛି ଗ୍ରାହକ କୁ ନେଇ ପ୍ରତୀ ମାସରେ ସଭା ହେବାର ବ୍ୟବସ୍ଥା ଥିବା ବେଳେ ତାହା ହୋଇପାରୁ ନାହିଁ ! ବ୍ୟାଙ୍କ ଥିବା କୌଣସି ନିୟମ ଏହି ବ୍ୟାଙ୍କ ମାନୁ ନାହିଁ, କୋଭିଡି ନିୟମକୁ ଖୋଲା ଖୋଲି ଉଲଘଂନ କରୁଛି ଏହି ବ୍ୟାଙ୍କ ! ବହୁ ଦୁରଦୂରାନ୍ତ ରୁ ଲୋକେ ଆସି ହନ୍ତସନ୍ତ ହେଉଛନ୍ତି ଅନ୍ୟପଟେ ବ୍ୟାଙ୍କ ଆୟତନ କ୍ଷୁଦ୍ର ହୋଇଥିବାରୁ ବସିବା ପାଇଁ ବ୍ୟବସ୍ଥା ବ୍ୟାଙ୍କ ତରଫରୁ ହୋଇପାରୁନାହିଁ ! ସେମାନଙ୍କୁ ସେବାଦେବାରେ ବିଫଳ ହେଉଛି ଶାଖା ପରିଚାଳକ !ସେବାଦେବାର ଦୂରର କଥା ସେମାନଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ମଧ୍ୟ୍ୟ ଅଭିଯୋଗ ଆସିଛି ! ସବୁ ଆବଶ୍ୟକ ଦସ୍ତାବିଜ ଥିବା ସତ୍ୱେ ଲୋନ ପାଇଁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେଉଛନ୍ତି ! ଅନ୍ୟପଟେ ଦେଖିବାକୁ ଗଲେ ଏଠିକି ଆସୁଥିବା ସମସ୍ତ କର୍ମଚାରୀ ପ୍ରାୟ ଅଣଓଡ଼ିଆ ହୋଇଥିବାରୁ ଗ୍ରାମଞ୍ଚଳର ଲୋକମାନେ ସେମାନଙ୍କ ସହ ଆଲୋଚନା କରିପାରୁନାହାନ୍ତି ସେମାନଙ୍କ ଭାଷା ସେମାନେ ବୁଝିପାରୁନାହାନ୍ତି କି ଗ୍ରହକଙ୍କ ଭାଷା କର୍ମଚାରୀ ବୁଝିପାରୁନାହାନ୍ତି ! ବ୍ୟାଙ୍କଟି ମୁଖ୍ୟ ରାସ୍ତାରେ ଥିବାଯୋଗୁଁ ବହୁତ ଭିଡ଼ ହେଉଛି ଅନ୍ୟ ପଟେ ଯାନବାହାନ ରଖିବାପାଇଁ ବ୍ୟବସ୍ଥା କରି ନଥିବାରୁ ଏଠି ବହୁତ ବ୍ୟକ୍ତି ଦୁର୍ଘଟଣାରେ ସମ୍ମୁଖୀନ ହେଲେଣି !ଏହାପ୍ରତି ବ୍ୟାଙ୍କ କତୃପକ୍ଷଙ୍କୁ ଅବଗତ କଲେ ମଧ୍ୟ୍ୟ ବ୍ୟାଙ୍କ କତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି ! ଅନ୍ୟପଟେ ଏ କଥା ଆମ ରିପୋର୍ଟର ଙ୍କୁ ଅବଗତ ହେବ ପରେ ଜାଣିବାକୁ ଏବଂ ପଚାରିବାରୁ ବ୍ୟାଙ୍କ ମେନେଜର ସ୍ରବନ କୁମାର ଝା କ୍ୟାମେରା ସାମ୍ନାରେ କହିବାକୁ ସଫା ସଫା ମନା କରି ଦେଇଥିଲେ ! ବ୍ୟାଙ୍କଟି ମୁଖ୍ୟ ରାସ୍ତାରୁ ସ୍ଥାନାନ୍ତରିତ କରିବାକୁ ବୁଦ୍ଧିଯିବି ମହଲରେ ଦାବି ଜୋରଧରିଛି ! ଖବର ପ୍ରସାରଣ ପରେ ସରକାର ଏଥିପ୍ରତି କେଉଁ ପ୍ରକାର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା !

related posts

Leave a Comment