Home Breaking News ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୭/୦୧-(ଧନେଶ୍ବର ରାଉତ)-ଆଜି୨୭-୦୧ ରିଖ ଗୁରୁବାର ଦିନ ଅପରାହ୍ନ ଘ.୪.୦୦ମି ରେ ଅନଲାଇନ ଜରିଆରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଉପାଦେୟୀତା ଓ କାର୍ଯ୍ୟଧାରା ସଂପର୍କୀତ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି୤ I ଏହି କାର୍ଯ୍ୟକ୍ରମ ରେ ସ୍ଥାୟୀ ନିରନ୍ତର ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତି ନିବେଦିତା ପଣ୍ଡା, ଅନୁ ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି ଙ୍କ ସମେତ ପେନାଲ୍ ଓକିଲ, ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ I ସ୍ଥାୟୀ ନିରନ୍ତର ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ନିଜ ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଏଠାରେ ସମାଧାନ ହେଉଥିବା ବିଭିନ୍ନ ମୋକଦ୍ଦମା ଉପରେ ଆଲୋକପାତ କରିଥିଲେ୤ I୤ ଏଥି ସହିତ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ରେ ହେଉଥିବା ବିଭିନ୍ନ ଲୋକ ଉପଯୋଗୀ ସେବା ଉପରେ ଅଂଶଗ୍ରହଣ କାରୀ ମାନଙ୍କୁ ଅବଗତ କରାଇଥିଲେ I୤ ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ୍ ଓକିଲ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି।

related posts

Leave a Comment