Home Breaking News କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି , ଆଜି ଶହେ ଟପିଲା

କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି , ଆଜି ଶହେ ଟପିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୨ /୧ (ସୁନୀଲପଟନାୟକ )
କନ୍ଧମାଳ ଜିଲ୍ଲାରେ କୋରାନା ସଂକ୍ରମଣଦିନ କୁ ଦିନ ବଢ଼ିବାରେ ଲାଗିଛି l ଆଜି ଶନିବାର ଜିଲ୍ଲାରେ ମୋଟ୧ 0 ୯ଜଣ କରେ । ନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର ୧ 0୯ କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ପାଖାପାଖି ୭ ଶ ହ ଟପି ଲାଣି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲ ଆରମ୍ଭ ହୋଇଛିl
ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ କରନା ପଜିଟିଭ ଙ୍କ ସଂଖ୍ୟାଢେର ବଢୁଛି lସରକାରଙ୍କ କୋରାନା କଟକଣା ମାନୁ ନାହାଁନ୍ତି ସହର ଲୋକେ l
ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇ ଥିବା କଥା ପ୍ରଶାସନିକ ଅଧିକାରୀ ମାନେ କାହୁଛନ୍ତି l
ବିଶେଷ କରି ଜ଼ିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ଢେର ବଢୁଛି l ସହର ଲୋକେ କୋଭିଡ ଗାଇଡଲାଇନ ମାନୁନଥିବା ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି l
ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ପ୍ରଶାସନ ପକ୍ଷରୁ ନିୟମିତ ଚେକିଙ୍ଗ ଚାଲିଛି । ରାତ୍ରିକାଳିନ କର୍ଫ୍ୟୁ କୁ କଡ଼ାକଡ଼ି କରାଯାଇ ଛି । କେ ।ଭିଡ଼କଟକଣା ପାଇଁ ବାହାଘର,ବ୍ରତ, ଭୋଜିଭାତ ସଂସ୍କୃତିକ କାର୍ଯ୍ୟ, ମିଟିଙ୍ଗ ଆଦି ରେ ମଧ୍ୟ କଟକଣା କରାଯାଇଛି।
ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାସହ ଅମାନିଆ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା କୁ ଦାବୀ ହେଉଛି l

related posts

Leave a Comment