ଅନୁଗୁଳ: ଓଡିଶା ରେ ଦ୍ଵିତୀୟ ଥର ପାଇଁ ଶିବ ଶକ୍ତି ମନ୍ଦିର ପୂଜକ ମହାସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା କରୁଡୁଲ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ଇଶାଣେଶ୍ୱର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୩୫ ଶୈବ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା | ଏହି ମହତ୍ କାର୍ଯ୍ୟ ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଦେବଗଡ଼, କଟକ, ବ୍ରହ୍ମପୁର, ସମ୍ବଲପୁର ଇତ୍ଯାଦି ଜିଲ୍ଲା ରୁ ଶୈବ ବାଳକ ମାନେ ସାମିଲ ହୋଇଥିଲେ | ପୂରୀ ଗୋବର୍ଦ୍ଧନ ମଠ ତରଫରୁ ସ୍ଵାମୀ ଅଭ୍ଯଦାନନ୍ଦ ସ୍ବରସ୍ବତୀ ଜୀ ମହାରାଜା ଏଠାରେ ପହଂଚି ସନାତନ ଧର୍ମ ର ସୁରକ୍ଷା କେମିତି ହେବ ବାହ୍ମଣ ର ଆହାର, ଆଚାର, ବ୍ୟବହାର କିପରି ରହିବ ସେ ବିଷୟରେ ଆଲୋଚନା କରିବା ସହ ୩୫ ବ୍ରହ୍ମଚାରି ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ପାଣ୍ଡବ ମହାପାତ୍ର ଓ ରିନା ମହାପାତ୍ର କାର୍ଯ୍ୟ ନିର୍ବାହ କରିଥିଲେ ଏହି କାର୍ଯ୍ୟକ୍ରମରେ ଅଜିତ ମହାପାତ୍ର, କାମାକ୍ଷା ପ୍ରସାଦ ରଣା, ଅନିରୁଦ୍ଧ ମହାପାତ୍ର , ମୂରଲୀଧର ମହାପାତ୍ର ଗିରିଶ ଚନ୍ଦ୍ର ମହାପାତ୍ର , ରାଜେଶ ମହାପାତ୍ର , ବିଭୂତି ଭୂଷଣ ମହାପାତ୍ର , ମହର୍ଗା ମହାପାତ୍ର, ନରେଶ ମହାପାତ୍ର ,ଓ ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଦେବଗଡ଼, ବ୍ରହ୍ମପୁର ର ପ୍ରତ୍ୟେକ ପରିଚାଳନା ସଦସ୍ଯ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ବ୍ରାହ୍ମଣ ଓ ବ୍ରହ୍ମଚାରୀ ଙ୍କୁ ଅଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |
ପ୍ରସିଦ୍ଧ ଶୈବ ପୀଠ ବାବା ଇଶାଣେଶ୍ୱର ମନ୍ଦିରରେ ଏକ ସାମୂହିକ ଉପନୟନ ସଂସ୍କାରରେ ୩୫ ଶୈବ ବ୍ରାହ୍ମଣ ବାଳକଙ୍କୁ ଉପନୟନ
Share with
previous post