Home Breaking News ଜାନୁଆରୀ ୨୪ ଯାଏଁ ବର୍ଷା

ଜାନୁଆରୀ ୨୪ ଯାଏଁ ବର୍ଷା

by Times One Odia
Share with
     
 
 
   

ଭୁବନେଶ୍ୱର,୨୧/୦୧: ରାଜ୍ୟରେ ଶୁକ୍ରବାରଠାରୁ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୨୪ ତାରିଖ ଯାଏ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିବା ପରେ ଚାଷୀମାନେ ଛାନିଆ ହୋଇ ଯାଇଛନ୍ତି । ବର୍ଷାରେ କ୍ଷତି ଆଶଙ୍କାରେ ତରବରିଆ ଭାବେ ଧାନ ଅମଳରେ ଲାଗି ପଡ଼ିଛନ୍ତି ।

ପାଣିପାଗ ବିଭାଗ ଜାରି କରିଥିବା ପୂର୍ବାନୁମାନରେ କହିଛି, ପଶ୍ଚିମା ଝଡ଼ ପ୍ରଭାବରେ ୨୧ ତାରିଖରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ଯାଏ ଚାଲିବ । ୨୨ ତାରିଖ ବା ଶନିବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ରେ ସ୍ୱଳ୍ପରୁ ମଧ୍ୟମ ପରିମାଣରେ ବର୍ଷା ହୋଇପାରେ । ୨୩ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାର କିଛି ସ୍ଥାନରେ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସେହିଭଳି ୨୪ରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଜିଲ୍ଲାରେ ମଧ୍ୟମ ପରିମାଣର ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ମେଘୁଆ ପାଗ ଓ ବର୍ଷା ଆଶଙ୍କା ଥିବାରୁ ରାତି ତାପମାତ୍ରା କମିବ ବୋଲି ମଧ୍ୟ କୁହାଯାଇଛି ।

ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ଉତ୍ତର ଓଡ଼ିଶାରେ ୨୨ରୁ ୨୫ ତାରିଖ ଯାଏ ପାଗ ମେଘୁଆ ରହିବ । ୨୩ ଓ ୨୪ରେ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱରରେ ମୋଟ ବର୍ଷା ପରିମାଣ ୧୫ରୁ ୨୦ ମିଲିମିଟର ରହିବ । ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ଉପକୂଳ ଜିଲ୍ଲା ଓ ଆଭ୍ୟନ୍ତରୀଣ ଉତ୍ତରରେ ୨୩ ଓ ୨୪ରେ ହାଲୁକା ବର୍ଷା ହୋଇପାରେ । ମୋଟ ବର୍ଷା ପରିମାଣ ପ୍ରାୟ ୫ରୁ ୧୦ ମିଲିମିଟର ରହିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ସେ କହିଛନ୍ତି ।

related posts

Leave a Comment