ସୁବର୍ଣ୍ଣପୁର ତା 21.01.2022
ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଶେଷ ଦିନରେ 1781 ନାମାଙ୍କନପତ୍ର ଦାଖଲ ହୋଇଛି I 17 ତାରିଖରୁ 21 ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତିl I ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ,ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମାନଙ୍କରେ ବହୁ ସଂଖ୍ୟାରେ ନାମାଙ୍କନପତ୍ର ଦାଖଲ କରିଛନ୍ତିl
ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ରୁ ମିଳିଥିବା ସୂଚନା ଅନୁସାରେ ଅନ୍ତିମ ଦିନରେ ସୋନପୁର ବ୍ଲକ ରେ 134 ଜଣ ୱାର୍ଡମେମ୍ବର,34 ଜଣ ସରପଞ୍ଚ 29 ଜଣ ସମିତି ସଭ୍ୟ,ଉଲୁଣ୍ଡା ବ୍ଲକରେ 221 ଜଣ ୱାର୍ଡମେମ୍ବର, 39 ଜଣ ସରପଞ୍ଚ,75 ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ 181 ଜଣ ୱାର୍ଡମେମ୍ବର,34 ଜଣ ସରପଞ୍ଚ ଓ 42 ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ 301 ଜଣ ୱାର୍ଡମେମ୍ବର,65 ଜଣ ସରପଞ୍ଚ, 73 ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ 169 ଜଣ ୱାର୍ଡମେମ୍ବର,37 ଜଣ ସରପଞ୍ଚ,46 ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ 179 ଜଣ ୱାର୍ଡମେମ୍ବର,46 ଜଣ ସରପଞ୍ଚ,51 ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି l
ସେହିପରି ସୋନପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଆଜି 18 ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ
ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଜି ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ 07 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଅନ୍ତିମ ଦିନ ସୁଦ୍ଧା ସର୍ବମୋଟ ସୋନପୁର ବ୍ଲକ ରେ 329 ଜଣ ୱାର୍ଡମେମ୍ବର,70 ଜଣ ସରପଞ୍ଚ 60 ଜଣ ସମିତି ସଭ୍ୟ,ଉଲୁଣ୍ଡା ବ୍ଲକରେ 419 ଜଣ ୱାର୍ଡମେମ୍ବର, 85 ଜଣ ସରପଞ୍ଚ,115 ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ 399 ଜଣ ୱାର୍ଡମେମ୍ବର, 82 ଜଣ ସରପଞ୍ଚ ଓ 84 ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ 521 ଜଣ ୱାର୍ଡମେମ୍ବର, 130 ଜଣ ସରପଞ୍ଚ, 115 ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ 376 ଜଣ ୱାର୍ଡମେମ୍ବର, 74 ଜଣ ସରପଞ୍ଚ,83 ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ 370 ଜଣ ୱାର୍ଡମେମ୍ବର,98 ଜଣ ସରପଞ୍ଚ, 104 ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି l
ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନରେ 1781 ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ
Share with
previous post