ଫୁଲବାଣୀ-୨୧/୧(ସୁନୀଲ ପଟ୍ଟନାୟକ)
ନର୍ସରୀ ହେବ ତ ଏମିତି । ନର୍ସରୀ ନୁହେଁ ଏକ ମିନି ପାର୍କ । ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଫିରିଙ୍ଗିଆ 6ରଂଜ ଅଧିନ ଫୁଲବାଣୀ-ବାଲିଗୁଡ଼ା ରାଜ୍ୟ ରାଜପଥବନ୍ଧ ଗଡ ରାସ୍ତାକଡ଼ରେ ଏକ ସୁନ୍ଦର ନର୍ସରୀ ପ୍ରତିଷ୍ଠା ହୋଇଛି । ଯାହାକି ସମସ୍ତଙ୍କୁ ଆକର୍ଷିତ କରୁଛି । ଫଳରେ ଯିବାଆସିବା କରିବା ଲୋକେ କିଛି ସମୟ ସେଠାରେ ଅଟକି ଯାଆନ୍ତି ।
ପ୍ରାୟ ୫ଏକ ର ଅଞ୍ଚଳରେ ଏହି ନର୍ସରୀ ଗତବର୍ଷ ପ୍ରତିଷ୍ଠା ହୋଇଛି ।
ଆମ୍ବ ପଣସ, ଅମୃତଭଣ୍ଡା ସଜନା ଛୁଇଁ,ପିଜୁଳି ଅଂଳା ତେନ୍ତୁଳୀ, ବାଉଁଶ ଆଦି ବିଭିନ୍ନ କିସମର ଗଛର ଚାରା ଏହି ନର୍ସରୀରେ ଗୋଟାଏ ପି ଛ । ମାତ୍ର ଟଙ୍କାଏ ରେ ମିଳୁଛି । ନଦୀରୁ ମୋଟର ଯୋଗେ ପାଣି ଉଠାଯାଇ
ସ୍କ୍ରିଙ୍କଲର ସିଷ୍ଟମରେ ପାଣିସ୍ପ୍ରେ କରାଯାଇ ଉନ୍ନତ କିସମର ଚାରା ଉତ୍ପାଦନ କରାଯାଉଛି । ସେହିପରି ନର୍ସରୀକୁ ଅଧିକ ଆକର୍ଷଣୀୟ ଓ ମନଲୋଭା କରିବା ପାଇଁ ଭିତରେ ଭଳିକି ଭଳିକି ଫୁଲ ଗଛମାନ ଲଗାଯିବା ସହିତ ଭିତରେ ଚାଲିବା ପାଇଁ ଟାଇଲ ପକାଇ ରାସ୍ତା ନିର୍ମାଣ,ବସିବା ପାଇଁ ଠାଏ ଠାଏ ବେଞ୍ଚ ପଡିଛି । ରେଷ୍ଟ ନେବା ଲାଗି ସମସ୍ତ ବ୍ୟବସ୍ଥା ଥାଇ ୩ଲକ୍ଷା ଟଙ୍କା ବାୟରେ ଏକ ବିଶ୍ରାମ।ଗାର ମଧ୍ୟ ନିର୍ମାଣ କରାଯାଇଛି । ଫୁଲବାଣୀ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରା ଙ୍କ ଆଗ୍ରହ ଓ ଉଦ୍ୟମରେ
ଫିରିଙ୍ଗିଆ ରେଞ୍ଜ ଅଫିସର ବିଜୟ ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ ।ବଧାନରେ ଫରେ ଷ୍ଟର ସରୋଜ ମିଶ୍ର ଏହାକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି। ଆଗକୁ ଏହି ନର୍ସରୀ ଯେପରି ସରସ ସୁନ୍ଦର ଓ ଆକର୍ଷଣୀୟ ହୋଇ ଏକ ପାର୍କ ହୋଇପାରିବ ସେଥିପ୍ରତି ସେ ଦୃଷ୍ଟିଦେବେ ବୋଲି କହିଛନ୍ତି ଫରେଷ୍ଟର ମିଶ୍ର।
ଅଞ୍ଚଳର ଲୋକେ ଓ ରାସ୍ତାରେ ଯିବାଆସିବା କରୁଥିବା ଲୋକେ ଯେପରି ଗାଡି ଅଟକାଇ କିଛି ସମୟ ପ୍ରକୃତି ଓ ପରିବେଶ ସହିତ ନିଜକୁ ହଜାଇ ଦେବାସହ ସେଲଫି ମଧ୍ୟ ଉଠାଇ ପାରିବେ ବୋଲି ଫରେଷ୍ଟର ମିଶ୍ର କହିଛନ୍ତି। କେବଳ ସେତିକି ନୁହେଁ ବୃକ୍ଷରୋପଣ, ଜଙ୍ଗଲ ନଷ୍ଟ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ଆଦି ସଂପର୍କରେ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରାଯାଉଛି। ଫଳରେ ଲୋକେ ସଚେତନ ହେବା ଫଳରେ ଏବେ ଅଞ୍ଚଳରେ ଜଙ୍ଗଲ ବୃଦ୍ଧି ପାଇବା ସହ ଅସୁରକ୍ଷିତ ହୋଇପଡିଥିବା ବନ୍ୟ ଜନ୍ତୁ ମଧ୍ୟ ସୁରକ୍ଷିତ ଅଛନ୍ତି ।
ବିଭିନ୍ନ ସମୟରେ ଡିଏଫ ଓ,ଏସିଫ, 6ରଂଜର ପ୍ରମୁଖ ବୁଲି ଦେଖି ଉଚ୍ଚ ପ୍ରସ ସାଂ କରିଛନ୍ତି ।
ଜିଲାର ଅନ୍ୟମାନେ ମଧ୍ୟ ଏହା ଦେଖି ଅନୁକରଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ନର୍ସରୀ ହେବ ତ ଏମିତି, ବନ୍ଧଗଡ଼ ବନବିଭାଗ ନର୍ସରୀ ସମସ୍ତଙ୍କୁ ଆକର୍ଷଣ କରୁଛି
Share with