ଫୁଲବାଣୀ -21/1(ସୁନୀଲ ପଟନାୟକ )
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ର ଆଜି ହେଉଛି ଶେଷ ଦିନ । ସମସ୍ତ ଜିଲା ପରିଷଦ ତଥା ବିଜେପି , ବିଜେଡି ଓ କଂଗ୍ରେସ ପକ୍ଷରୁ ସମସ୍ତ ଜୋନ ପାଇଁ ପାର୍ଥୀପତ୍ର ଦାଖଲ କରିଛନ୍ତି । କନ୍ଧମାଳ ଜିଲ୍ଲା ର ୧୮ ଟି ଜୋନରେ ସମସ୍ତ ପ୍ରମୁଖ ଦଳ ମାନେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ଆମ ଆଦମି ପାର୍ଟି , କଳିଙ୍ଗ ସେନା ପକ୍ଷରୁ ମଧ୍ୟ ଜିଲା ପରିଷଦ ଜୋନ ପାଇଁ ପାର୍ଥୀ ପତ୍ର ଦାଖଲ କରାଜାଇଛି l ଜି.ଉଦୟଗିରୀ ର ୭ ଜୋନ ଓ ବାଲିଗୁଡା ର ୬ ଜୋନ ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲାପାଳ ଙ୍କ ନିକଟରେ ପାର୍ଥୀ ପତ୍ର ଦାଖଲ ହୋଇଛି । ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳି ର ୫ ଟିଜୋନ ପାଇଁ ଫୁଲବାଣୀ ଉପଜିଲପାଳ ଙ୍କ ନିକଟରେ ପାର୍ଥୀ ପତ୍ର ଦାଖଲ କରିଛନ୍ତି ପାର୍ଥୀ । କୋଭିଡ ନିୟମ କୁ କଡାକଡି ପାଳନ କରିବା ସହ ସମସ୍ତେ ମାସ୍କ ପିନ୍ଧି ସୀମିତ ନେତା ଓ କର୍ମୀ ଙ୍କ ସହ ପାର୍ଥୀ ମାନେ ଆସି ଉପଜିଲାପାଳ ଙ୍କ ନିକଟରେ ପାର୍ଥୀ ପତ୍ର ଦାଖଲ କରିଥିଲେ ।ଆଜି ଫୁଲବାଣୀ ଉପ ଜ଼ିଲ୍ଲା ପାଳ ଙ୍କ ନିକଟ ରେ ବିଜେଡି ଓ ବିଜେପି ଦଳ ପକ୍ଷରୁ ୧ 0ଜଣ ପାର୍ଥିପତ୍ର ଦାଖଲ କରିଥିଲେ l
ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଶେଷ, ୧୮ଟି ଜୋନରେ ପାର୍ଥୀ ପତ୍ର ଦାଖଲ
Share with
previous post