ଗୁଡାରି-୨୧/୦୧-(ଗୌରୀ ଶଙ୍କର ମିଶ୍ର)-(ଧନେଶ୍ବର ରାଉତ)(-ରାୟଗଡ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ପୋଖରୀ ଖନନ କରା ଯାଇଥିଲା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ। ୧୯୮୫ ମସିହାରୁ ୯୦ ମସିହାରେ ତତ୍ କାଳୀନ ଵିଜ୍ଞାପିତ ଅଧ୍ୟଖ୍ୟ ଧର୍ମରାଓ ବିଶୋଇ ଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ତତ୍ କାଳୀନ ଜିଲ୍ଲା ପାଳ ପି ସି ମିଶ୍ର ଙ୍କ ସମୟରେ ଏକ ଜିଲ୍ଲା କାର୍ଯ୍ୟ ଖସଡା ରେ ୨ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ବରାଦ କରା ଯାଇଥିଲା। କିନ୍ତୁ ସେଥିପାଇଁ ଜାଗର ଅଭାବ ଥିଲା ଯାହାକି ଅନ୍ୟ ସମସ୍ୟା ମୁଣ୍ଡ ଟେକିଲା ସେଥିପାଇଁ ଅଧ୍ୟଖ୍ୟ ଶ୍ରୀ ବିଶୋଇ ଏକ ଉପାୟ ଚିନ୍ତା କରି ଗ୍ରାମର ଭଦ୍ର ବ୍ୟକ୍ତି ଙ୍କ ପରାମର୍ଶ କ୍ରମେ ଗୁଡାରି କାମନା ଗୁଡା ମୌଜାର ଜମି ପାଇଁ ମନ ବଳାଇଥିଲେ।କିନ୍ତୁ ସରକରୀ କିମ୍ବା ପତିତ ଜମି ସେ ଅଂଚଳରେ ନ ଥିବାରୁ ସେହି ପାଖରେ ଥିବା ଏକ ଜମି ପାଇଁ ଜମି ମାଲିକ ଭୁବନ ପାଠୀ ଙ୍କ ସହ କଥା ବାର୍ତ୍ତା ହେବା ପରେ ସ୍ଥାନ ନିରୂପଣ ହେଲା। କିନ୍ତୁ ଶ୍ରୀ ପାଠୀ ଏକ ସ୍ବର୍ତ୍ତମୂଳକ ପାଇଁ ରାଜି ହେଲେ ସେ ସ୍ବର୍ତ୍ତ ହେଲା ଅଧ୍ୟଖ୍ୟ ଶ୍ରୀ ବିଶୋଇ ଙ୍କୁ କହିଲେ କି ମୁ ବିନା ଜମିରେ ଦେଇ ପାରିବି ନାହିଁ ବୋଲି ମୋତେ ଏହା ବଦଳରେ ସେତିକି ଜମି ପ୍ରଦାନ କରାଗଲେ ମୁଁ ଦେବି ବୋଲି ସ୍ବର୍ତ୍ତ ରଖିଥିଲେ। ସ୍ବର୍ତ୍ତ ପୁରାଣ ପରେ ପରେ ଦୁଇ ମାସ ମଧ୍ୟରେ ଏହି ପୋଖରୀ ଖନନ କରାଯାଇ ଲୋକାର୍ପଣ କରାଯାଇଥିଲା। ପାସେଥିରେ ରାଜି ହୋଇ ଶ୍ରୀ ବିଶୋଇ ତାଙ୍କ ବ୍ୟକ୍ତିଗତ ମଳିକାନର ଚାଷ ଜମି ତମାନ ଗୁଡା ମୌଜାର ପଚସ୍ତରୀ ସେଣ୍ଟ ଓ ଜମି କମ ଥିବାରୁ ସେ ବାବଦକୁ ଗ୍ରାମର ଭଦ୍ର ବ୍ୟକ୍ତି ଗୋପୀନାଥ ପଟନାୟକଙ୍କ ମଧ୍ୟସ୍ତାରେ ନଗଦ ୧୦୦୦୦ଟଙ୍କା ପ୍ରଦାନ କରାଯାଇଥିଲା।ଗ୍ରାମର ଲୋକଙ୍କ ମୁଖରୁ ଶୁଣାଯାଏ କି ଯେଉଁ ପୋଖରୀ ଖନନ ପାଇଁ ବ୍ୟବହାର ହେଇଥିବା ଜମି ଏକ ପତିତ ଜମି ଥିଲା ତାକୁ ନିକତସ୍ତ ଶ୍ରୀ ନିଲକଣ୍ଠେଶ୍ୱର ମନ୍ଦିର ର ବ୍ୟବହାର ପାଇଁ ଦିଆଯାଇଥିଲା ସେଠାକାର ପୂଜକ ଦାୟିତ୍ୱରେ ଥିବା ଭୁବନୀ ପାଠୀ ଚଞ୍ଚକତା କରି ତତ୍ କାଳୀନ ରାଜସ୍ୱ ଅଧିକାରୀ ଙ୍କ ସହ ସଲା ସୁତରା ହେଇ ଏହାକୁ ତାଙ୍କ ନାମରେ ପଟା କରାଇବାରେ ସକ୍ଷମ ହେଇଛି, ଏହାର ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ଦାବୀ ହେଉଛି। ଏ ନେଇ ଶ୍ରୀ ଧର୍ମରାଜୁ ବିଶୋଇ କହିଛନ୍ତି କି ମୋ ପରେ ଯିଏ ଥିଲେ ଅଧ୍ୟଖ୍ୟ ସେ ଓ ଶ୍ରୀ ପାଠୀ ମିସିକି ଏହି ହଡପ କରିବାକୁ ଯୋଜନା କରି ଛନ୍ତି ମୁ ମୋର ପୈତୃକ ସମ୍ପତ୍ତିକୁ ସର୍ବ ସାଧରଣଙ୍କ ବ୍ୟବହାର ନିମନ୍ତେ ଦାନ କରିଥିଲି କିନ୍ତୁ ସେ ଜାଗା ଏବେ ବ୍ୟକ୍ତିଗତ ମାଲିକାନା ହାତରେ ରହି ଘର ଢ଼ିହ ଭାବରେ ଚଢା ଦରରେ ବିକ୍ରି ହେବାକୁ ବସିଛି ତେଣୁ ଏହାର ପୁନଃ ଉଦ୍ଧାର କରି ଲୋକାର୍ପଣ କରାଯାଉ ବୋଲି କହିଛନ୍ତି। ସେହିଭଳି ତାଙ୍କ ପର ଅଧ୍ୟଖ୍ୟ ତ୍ରିପତି ପାଣିଗ୍ରାହୀ ଙ୍କ ମତାମତ ଏହିକିଯେ ସେ ମୁ ଏ ବିଷୟରେ କିଛି ଜାଣିନି କିନ୍ତୁ ସେ ଅଂଚଳରେ ପୋଖରୀ ଥିଲା ଲୋକେ ବ୍ୟବହାର କରୁଥିଲେ ବୋଲି ମାନିଛନ୍ତି। ଏ ନେଇ ବରିଷ୍ଠ ନାଗରିକ ତଥା ଜଣେ ଅବସର ପ୍ରାପ୍ତ ଶିକ୍ଷକ ନରସିଂହ ପାଣିଗ୍ରାହୀ ମତ ଏହିକିଯେ ଆଗରୁ ପତିତ ଜମିକୁ ହତେଇ ନେବାଟ ସତ ପରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ପୋଖରୀ ଖୋଳା ହେବା ଲୋକ ବ୍ୟବହାର କରିବା କଥା ବି ସତ ବର୍ତମାନ କିନ୍ତୁ ବ୍ୟକ୍ତିଗତ ମାଲିକାନା ହାତକୁ ଯିବା ଏକ ଦୁର୍ଭାଗ୍ୟ ଜଣକ କଥା ଆଜି ଏହି କଥାକୁ ହାଲୁକା ଭାବରେ ଗ୍ରହଣ କରାଗଲେ ଆଉ ଅନ୍ୟ ଘଟଣା ଘଟି ପାରେ ତେଣୁ ଏହା ସରକାରୀ ଖାତାକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉ ବୋଲି ମତ ଦେଇଛନ୍ତି। ଏ ନେଇ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଭା ଭୂଷଣ ସବରଙ୍କୁ ପଚାରିବାରୁ ସେ ସ୍ୱୀକାର କରି କହିଥିଲେ କି ସେଠି ପୋଖରୀ ଥିଲା ,କିନ୍ତୁ ମୁଁ ଏବେ ନୂଆରେ ଦାଇତ୍ୱ ନେଇଛି କାଗଜ ପତ୍ର ନ ଦେଖିଲା ପର୍ଯ୍ୟନ୍ତ କୌଣସି ବିଷୟ କହି ପାରିବି ନାହିଁ ବୋଲି ମତ ଦେଇଛନ୍ତି। ପୂର୍ବତନ ଅଧ୍ୟଖ୍ୟ ପ୍ରହ୍ଲାଦ ପ୍ରଧାନୀ କହିଛନ୍ତି କି ସେହି ଜାଗାକୁ ନିଜ କବ୍ଜାକୁ ନେବା ପାଇଁ ଏକ ଯୋଜନା ମୁତାବକ ଷଡ଼ଯନ୍ତ୍ର ଚାଲିଛି ସେଥି ପାଇଁ ସେ ଜାଗାରେ ବାଲି ମାଟି ପକାଇ ପୋଖରୀ ପୋତିବାକୁ ଚେଷ୍ଟା କରାଯାଉଛି ତେଣୁ ଏହାକୁ ବନ୍ଦ କରୁବାକୁ ସରକାରୀ ତରଫରୁ ପ୍ରୟାସ କରାଯାଉ ନଚେତ ଏକ ବଡ଼ ଆନ୍ଦୋଳନ ର ରୂପ ନେଇପାରେ ବୋଲି ଚେତାବନୀ ଦେଇଅଛନ୍ତି।
ଗୁଡାରି ବିଜ୍ଞାପିତ ଦ୍ୱାରା ଖନନ ହୋଇଥିବା ପୋଖରୀ ଏବେ ବ୍ୟକ୍ତିଗତ କବ୍ଜାରେ:-ପ୍ରଶାସନ ନିରବ ଦ୍ରଷ୍ଟ
Share with