Home Breaking News ବଡମ୍ବା ସମବାୟରେ ଧାନମଣ୍ଡିର ଶୁଭାରମ୍ଭ କଲେ ଅଧିକାରୀ

ବଡମ୍ବା ସମବାୟରେ ଧାନମଣ୍ଡିର ଶୁଭାରମ୍ଭ କଲେ ଅଧିକାରୀ

by Times One Odia
Share with
     
 
 
   

ବଡମ୍ବା(ଶକ୍ତି ସ୍ୱର ରଣା): ବଡମ୍ବା ବ୍ଲକ ନିଜିଗଡ଼ ପଂଚାୟତ ରେ ବଡମ୍ବା ସମବାୟ ସମିତି ରେ ଚାଷୀମାନଙ୍କଠାରୁ ଧାନ କିଣିବାକୁ ଧାନମଣ୍ଡି ର ଶୁଭାରମ୍ଭ କରାଯାଇଛି. ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସମବାୟର ଭାରପ୍ରାପ୍ତ ସଭାପତି ସଂଜୀବ ପଣ୍ଡା ଏହାକୁ ଉଦଘାଟନ କରିବା ସହ କହିଥିଲେ କି ଆଜି ପ୍ରଥମ ଦିନରେ ପଚାଶ ଜଣ ଚାଷୀଙ୍କ ପାଇଁ ଆସିଥିବା ଟୋକୋନ ବ୍ୟବସ୍ଥାରେ ଧାନ ଉଠିବ. ଏହି କାର୍ଯ୍ୟକ୍ରମ ରେ ବଡମ୍ବା ନିଜିଗଡ଼ ପଂଚାୟତ ର ସମିତି ସଭ୍ୟ ମୁରଲୀଧର ମହାପାତ୍ର, ସମାଜସେବୀ ଶିବନାରାୟଣ ମିଶ୍ର ଯୋଗ ଦେଇ ସମସ୍ତ ଚାଷୀ କେମିତି ନିଜର ଧାନ ବିକ୍ରି କରି ଲାଭବାନ ହେବେ ସେ ଦିଗରେ ଆଲୋଚନା କରିଥିଲେ

related posts

Leave a Comment