Home Breaking News ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ହେଲେ ୧୦,୩୯୦ ଆକ୍ରାନ୍ତ

ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ହେଲେ ୧୦,୩୯୦ ଆକ୍ରାନ୍ତ

by Times One Odia
Share with
     
 
 
   

ଭୁବନେଶ୍ୱର: କରୋନା ଭାଇରସ୍‌ର ୩ୟ ଲହରରେ ଆଜି ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି।  ରାଜ୍ୟରେ ଆଜି ୧୦ ହଜାର ୩୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୯ହଜାର ୪୨୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୯୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୯୪୪, ବାଲେଶ୍ୱରରୁ ୫୦୯, ସମ୍ବଲପୁରରୁ ୫୦୦, ମୟୂରଭଂଜରୁ ୩୭୬, ବଲାଙ୍ଗୀରରୁ ୩୦୮, ପୁରୀରୁ ୨୭୧, ନୟାଗଡ଼ରୁ ୨୧୪ ଓ ରାୟଗଡ଼ାରୁ ୧୯୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୯୧, ସୁବର୍ଣ୍ଣପୁରରୁ ୧୫୧, ଜଗତସିଂହପୁର, କଳାହାଣ୍ଡି, ନବରଂଗପୁରରୁ ୧୪୪ ଲେଖାଏଁ, ଗଂଜାମରୁ ୧୩୮, କୋରାପୁଟରୁ ୧୩୬, ଝାରସୁଗୁଡ଼ାରୁ ୧୨୮, କେନ୍ଦୁଝରରୁ ୧୨୪, ଗଜପତିରୁ ୧୦୬, ଭଦ୍ରକରୁ ୧୦୧, ଅନୁଗୁଳରୁ ୧୦୦, ବରଗଡ଼ରୁ ୮୪, ମାଲକାନଗିରିରୁ ୮୨, କେନ୍ଦ୍ରାପଡ଼ାରୁ ୭୧, ଢେଙ୍କାନାଳରୁ ୪୪, କନ୍ଧମାଳରୁ ୪୧, ଦେବଗଡ଼ରୁ ୨୩ ଓ ରାଜ୍ୟପୁଲରୁ ୫୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

related posts

Leave a Comment