ଫୁଲବାଣୀ -20/1(ସୁନୀଲ ପଟନାୟକ )
ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ ଏଭଳି ଚେତାବନୀ ଦେଇଛନ୍ତି ଖଜୁରୀପଡା ବ୍ଳକ ଆଡା ସି ପଡା ଲୋକେ l
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ର ଆଡାସି ପଡା ଗ୍ରାମ ରେ ୩୬୦୦ ଗ୍ରାମବାସୀ ବସବାସ କରନ୍ତି। କରୋ ନା ମହାମାରୀ ସମୟରେ ସ୍କୁଲ ବନ୍ଦ ହେଇ ଯିବା ଯୋଗୁଁ ଅନଲାଇନ ରେ ପାଠ ପଡା ହେଉଥିବା ବେଳେ ଆଡାସି ପଡା ପଞ୍ଚାୟତରେ ମୋବାଇଲ୍ ଟାୱାର ନଥିବା ଯୋଗୁଁ ପିଲା ମାନେ ପାଠ ପଢା ରୁ ବଞ୍ଚିତ ହେଉଛନ୍ତି।ସେହିପରି ଯଦି ଗ୍ରାମରେ କୌଣସି ଲୋକ ରୋଗରେ ପୀଡିତ ହୁଅନ୍ତି ଆମ୍ବୁଲାନ୍ସ କୁ ଡାକିବାକୁ ହେଲେ ତିନି ରୁ ଚାରି କିଲୋ ମିଟର ଯାଇ ଡାକିବାକୁ ପଡୁଛି।ଯାହା ଫଳରେ ଆଡାସି ପଡା ଗ୍ରାମ ପଞ୍ଚାୟତ ରେ ଶିକ୍ଷା ଓ ସ୍ଵାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡିଛି।ଏନେଇ ବ୍ଲକ୍ ଅଧିକାରୀ ହେଉ କିମ୍ବା ଜିଲ୍ଲା। ପ୍ରଶାସନ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ତେଣୁ ଆଡାସି ପଡା ର ଜନ ସଚେତନତା ମଞ୍ଚ ପକ୍ଷରୁ ଗ୍ରାମର ମହିଳା ଓ ପୁରୁଷ ଆଜିକୁ ଚାରି ଦିନ ହେଲା ପଞ୍ଚାୟତ ସାମ୍ନା ରେ ଧାରଣାରେ ବସିବା ସହ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏବଂ ଗ୍ରାମର ସରପଞ୍ଚ,ସମିତି ସଭ୍ୟ,ପ୍ରାଥିଙ୍କୁ ପ୍ରାଥି ପତ୍ର ଦାଖଲ କରିବା ପାଇଁ ସୁଯୋ ଗ ଦେଉନାହାନ୍ତି।ଯଦି ଆଗାମୀ ଦିନରେ ସମସ୍ୟା ସମାଧାନ ନ ହୁଏ ତ ବିରୋଧ ତୀବ୍ରତର ହେବ ବୋଲି କହିଛନ୍ତି ଆଡାସିପଡ଼ା ଗ୍ରାମର ପରମାନନ୍ଦ ସାହାଣୀ, ବାସନ୍ତୀ କହଁରl
ଅଡା ସୀପଦା ଗ୍ରାମବାସୀଙ୍କ ଚେତାବନୀ: ମୋବାଇଲ୍ ଟାୱାର ନାହିଁ , ଭୋଟ ନାହିଁ
Share with
previous post