Home Breaking News ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖ

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖ

by Times One Odia
Share with
     
 
 
   

ସୁବର୍ଣ୍ଣପୁର ତା 20.01.(ଅକ୍ଷୟ କୁମାର ପୂଜାହାରୀ)
ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି I 17 ତାରିଖରୁ 21 ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ I ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ,ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମାନଙ୍କରେ ରେ ନାମାଙ୍କନପତ୍ର ଦାଖଲ କରିଛନ୍ତିl ଚତୁର୍ଥ ଦିନରେ ଜିଲ୍ଲାରେ ବିଭିନ୍ନ ପଦ ପଦବୀ ନିମନ୍ତେ ବହୁସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ରୁ ଜଣାପଡିଛି l ଏହି କ୍ରମରେ ସୋନପୁର ବ୍ଲକ ରେ 95 ଜଣ ୱାର୍ଡମେମ୍ବର,15 ଜଣ ସରପଞ୍ଚ 21 ଜଣ ସମିତି ସଭ୍ୟ,ଉଲୁଣ୍ଡା ବ୍ଲକରେ 108 ଜଣ ୱାର୍ଡମେମ୍ବର, 25 ଜଣ ସରପଞ୍ଚ,25 ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ 108 ଜଣ ୱାର୍ଡମେମ୍ବର,26 ଜଣ ସରପଞ୍ଚ ଓ 23 ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ 138 ଜଣ ୱାର୍ଡମେମ୍ବର,36 ଜଣ ସରପଞ୍ଚ,29 ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ 117 ଜଣ ୱାର୍ଡମେମ୍ବର,19 ଜଣ ସରପଞ୍ଚ,16 ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ 97 ଜଣ ୱାର୍ଡମେମ୍ବର,30 ଜଣ ସରପଞ୍ଚ,21 ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି l
ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଆଜି 16 ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ
ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଜି ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ ଜୋନ୍ 1 ପାଇଁ ବିଜୁଜନତା ଦଳ ତରଫରୁ ରଞ୍ଜିତ କୁମାର ରଥ, ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ଲବ କୁମାର ସାହୁ, ଭାରତୀୟ ଜନତା ପାର୍ଟି ରୁ ଶରତ କୁମାର ମିଶ୍ର, ଜୋନ୍ 2 ପାଇଁ ଭାରତୀୟ ଜାତୀୟ କଂଗ୍ରେସ ରୁ ରାଜଗୋପାଳ ପାଣିଗ୍ରାହୀ, ବିଜୁଜନତା ଦଳ ରୁ ଚନ୍ଦ୍ର କାନ୍ତି ଦନ୍ତI, ନାମାଙ୍କନ ପତ୍ର ଦାଖଲ କରିଛନ୍ତିl ସେହିପରି ଉଲୁଣ୍ଡା ଜୋନ୍ 1 ପାଇଁ ବିଜୁଜନତା ଦଳ ତରଫରୁ ବିଜୟ ଲକ୍ଷ୍ମୀ ତରିଆ , ଭାରତୀୟ ଜାତୀୟ କଂଗ୍ରେସ ରୁ ଛଇଳ ସାଗର, ବହୁଜନ ସମାଜ ପାର୍ଟିରୁ ମମତାରାଣୀ ବାରିକ, ଏବଂ ଜୋନ୍ 2 ପାଇଁ ବିଜୁଜନତା ଦଳ ତରଫରୁ ଝସକେତନ ବଘାର, ଭାରତୀୟ ଜନତା ପାର୍ଟି ରୁ ଚନ୍ଦ୍ରହାସ ଦଳେଇ ଏବଂ ସି ପି ଆଇଏମ୍ଏଲ୍ ରୁ କୁଶ ମହାକୁର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l

related posts

Leave a Comment