Share with
ମାଲକାନଗିରି: ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର। ପୁଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି। ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ। କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ ହୋଇଛି। ସିଆରପିଏଫ, ଏସଟିଏଫ ଓ ଡିଆରଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ କମ୍ବିଂ ଅପରେସନ୍।
ତିନି ଦିନ ଧରି ବସ୍ତର ଅଞ୍ଚଳରେ ଲଗାତାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ୧୮ ତାରିଖ ଦିନ ବିଜାପୁର ଓ ସୁକୁମା ଜିଲ୍ଲାରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ।