Home Breaking News ଢିଙ୍କିଆ ପ୍ରସଙ୍ଗରେ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

ଢିଙ୍କିଆ ପ୍ରସଙ୍ଗରେ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

by Times One Odia
Share with
     
 
 
   

କଟକ: ଢିଙ୍କିଆ ପ୍ରସଙ୍ଗରେ ଓଡ଼ିଶା ହା‌ଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଢ଼ିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ହାଇକୋର୍ଟ ଗୃହ ବିଭାଗକୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ରେ ପରବର୍ତ୍ତୀ ଶୁଣାଣି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣାର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ପ୍ରସଂଗକୁ ନେଇ ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାୟର ହୋଇଛି।

ଗୋଟିଏ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଓ ଅନ୍ୟଟି ହାଇକୋର୍ଟର ତିନି ଜଣ ଜଣାଶୁଣା ଆଇନଜୀବୀଙ୍କ ପକ୍ଷରୁ ଦାୟର କରାଯାଇଛି। ଢିଙ୍କିଆ ବାସିନ୍ଦାଙ୍କୁ ପୁଲିସ ନିର୍ଯାତନା ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ସାମାଜିକ କର୍ମୀ, ସିଭିଲ ସୋସାଇଟି କର୍ମୀଙ୍କୁ ନେଇ କମିଟି ଗଠନ ଲାଗି ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣଙ୍କ ତରଫରୁ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

related posts

Leave a Comment