Share with
କାମାକ୍ଷାନଗର ଥାନା ବିଜାଡିହ ଗ୍ରାମନିକଟ ଜଙ୍ଗଲର ଏକ ଶାଳଗଛରୁ ଡ୍ରଇଭରଙ୍କ ଝୁ୍ଲନ୍ତା ମୃତଦେହ ଠାବ ହୋଇଛି। ମୃତ ଡ୍ରାଇଭର ହେଲେ ଉତରପ୍ରଦେଶ ପିଲଭିତ ଜିଲ୍ଲାର ସରଦାହ ଗ୍ରାମର ସଞ୍ଜିବ କୁମାର ମୋହରିଆ। କଣ୍ଟାବଣିଆ ସ୍ଥିତ ଏକ ଘରୋଇ କମ୍ପାନିର ଏକମାସ ହେବ ହାଇଓ୍ବା ଡ୍ରାଇଭର ଭାବେ କାର୍ଯ୍ୟକରୁଥିଲେ। ନିର୍ମାଣଧିନ ୧୪୯ ନଂ ଜାତୀୟରାଜପଥାରେ ପାଉଁସ ଫିଲିଙ୍ଗର ନିୟୋଜତ ଥିଲେ। କିନ୍ତୁ ଆଜି ତାର ଝୁଲନ୍ତା ମୃତଦେହ ସ୍ଥାନିୟ ଲୋକେ ଦେଖି କମ୍ପାନି ଓ ପୋଲିସ ଖବର ଦେଇଥିଲେ। ଘଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଛେଦ ପଠାଇ ଅଧିକ ତଦନ୍ତ ଯାରିରଖିଛି।