ଜଙ୍ଗଲୀ ବାରହା ଆକ୍ରମଣ ରେ 9ଆହତ l ତିନି ଗୁରୁତର l ସୂଚନା ଅନୁସାରେ ପରଜଙ୍ଗ ଥାନା ବାଘମୁଣ୍ଡା ଗ୍ରାମ ରେ ଆଜି ସକାଳ ପ୍ରାୟ 9ଟା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି l ଗ୍ରାମ ର କିଛି ଲୋକ ଗାଁ ଦାଣ୍ଡରେ ନିଆଁ ପୁହିଁ ହେଉଥିବା ବେଳେ ପାଖରେ ଥିବା ଜଙ୍ଗଲ ରୁ ଏକ ଜଙ୍ଗଲୀ ହିଂସ୍ର ବାରହା ଲୋକ ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା l ଫଳରେ ସେଠାରେ ଥିବା 9ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ଙ୍କ ଅବସ୍ଥା ଗୁରୁତର ରହିଛି l ଦୁଷ୍ମନ୍ତ ନାଏକ ଙ୍କ ଗୁପ୍ତାଙ୍ଗ କୁ ବାରହା ଟି କାମୁଡି ଦେଇଥିବା ବେଳେ ଗୌତମ ନାଏକ ଙ୍କ ହାତ ଓ ରଜନୀ ନାଏକ ଙ୍କ ବାମ ଜଙ୍ଘ ରେ ଗଭୀର ଆଘାତ ଲାଗିଛି l ଗ୍ରାମବାସୀ ଙ୍କ ଠାରୁ ସୂଚନା ପାଇଁ 108ଆମ୍ବୁଲାନ୍ସ ଯୋଗେ ସମସ୍ତ ଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କାମାକ୍ଷାନଗର ଉପଖଣ୍ଡ ମେଡିକାଲ ରେ ଭର୍ତି କରାଯାଇଛି l ଏହି ଅଞ୍ଚଳ ରେ ବର୍ଷ ର ପ୍ରାୟ ପ୍ରତ୍ୟେକ ସମୟରେ ହାତୀ ଓ ବାରହା ଆକ୍ରମଣ ଲାଗିରହିଥିବା ବେଳେ ବନ ବିଭାଗ ର ଅପାରଗତା କୁ ନେଇ ସାଧାରଣ ରେ କ୍ଷୋଭ ପ୍ରକାଶ ପାଇଛି l
ଜଙ୍ଗଲୀ ବାରହା ଆକ୍ରମଣରେ 9 ଆହତ, ତିନି ଗୁରୁତର
Share with
previous post