ତେନ୍ତୁଳିଖୁଣ୍ଟି (ସାଧୁସୂଦନ ବରାଳ ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ୧୫ ପଂଚାୟତ ଋ ୭ ଟି ପଂଚାୟତ କୁ ନେଇ ଗଠିତ ଦୁଇ ନମ୍ବର ଜୋନ ର ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପାର୍ଥୀ ହେଲେ ସନ୍ତୋଷ ପାତ୍ର । ପୂଜାରିଗୁଡା ,ତେନ୍ତୁଳିଖୁଣ୍ଟି ,ଦିଗିସଲପା ,ଲମତାଗୁଡା ,ଗୌଡ ଦେଓପାଲି ,ମଞ୍ଚାଗାଁ , ପରଜା ବାରଙ୍ଗପଦର ପଂଚାୟତ କୁ ନେଇ ଗଠିତ ଏହି ଜୋନ ପାଇଁ ବିଜେପି ଚାଷୀ ଯୁବନେତା ସନ୍ତୋଷ ପାତ୍ର (ଟିନା )ଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ସନ୍ତୋଷ ଆଜି ତାଙ୍କ ପାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପାର୍ଥୀପତ୍ର ଦାଖଲ ସମୟରେ ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି ,ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋଇ ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ,ବଳଭଦ୍ର ମାଝୀ , ମାନସ ତ୍ରିପାଠୀ ,ଗୌରି ଶଙ୍କର ମାଝୀ ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ,ଚନ୍ଦ୍ର ଶେଖର ଜେନା ,କାନ୍ହୁ ଦାସ ,ଶିବ ଶଙ୍କର ବିଷୋଇ , ଏବଂ ବୋହୁ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ । ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ନବରଙ୍ଗପୁର ସର୍ବାଧିକ କ୍ଷ୍ୟତି ସହିଥିବାବେଳେ ବିଜେଡ଼ି ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ଅଞ୍ଚଳ କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସନ୍ତୋଷ । ଏହି ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲା ସୁଖାଞ୍ଚଳ ଭାବରେ ପରିଗଣିତ ହେଉଛି ତଥାପି ସରକାର ଅଞ୍ଚଳକୁ ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେପି । ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଅବ୍ୟବସ୍ଥା ପାଇଁ କିଏ ଦାଇ ବୋଲି ପ୍ରଶ୍ନ କରିଛି ବିଜେପି । ସେହିଭଳି କଂଗ୍ରେସ ତରଫରୁ ଏହି ଜୋନ ପାଇଁ ବସନ୍ତ ପାଣିଗ୍ରାହୀ ପାର୍ଥୀ ହେବା ନେଇ ପ୍ରକାଶ କରିଛନ୍ତି କଂଗ୍ରେସ ବ୍ଲକ ସଭାପତି ପ୍ରହଲ୍ଲାଦ ହିଆଲ । ତେବେ ବିଜେଡ଼ି ପକ୍ଷରୁ ଏହି ଜୋନ ପାଇଁ ପାର୍ଥୀ ଙ୍କ ନାମ ଘୋଷଣା ହୋଇନଥିବା ବେଳେ ବୋହୁ ପାର୍ଥୀ ଆଶାୟୀ ଥିବାରୁ ଚୟନ ରେ ବିଳମ୍ବ ହେଉଥିବା ସ୍ଥାନୀୟ ନେତା ପ୍ରକାଶ କରିଛନ୍ତି । ଆସନ୍ତା କାଲି ବିଜେଡ଼ି ତାର ପାର୍ଥୀ ଘୋଷଣା କରିବ ବୋଲି ମଧ୍ୟ ବିଜେଡ଼ି ପକ୍ଷରୁ ସୂଚନା ମିଳିଛି ।
ତେନ୍ତୁଳିଖୁଣ୍ଟି ବ୍ଲକ ଦୁଇ ନମ୍ବର ଜୋନ ବିଜେପି ଜିଲ୍ଲା ପରିଷଦ ପାର୍ଥୀ ହେଲେ ସନ୍ତୋଷ ପାତ୍ର, କଂଗ୍ରେସର ବସନ୍ତ ପାଣିଗ୍ରାହୀ
Share with
previous post